ବେଦାନ୍ତ ଟ୍ରେନ ଧକ୍କାରେ କଟିଲା ଯୁବକଙ୍କ ଗୋଡ଼ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରବିବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିକଟସୁ ହରେକୃଷ୍ଣପୁରସ୍ଥିତ ବେଦାନ୍ତ ରେଳ ଧାରଣାରେ ଘଟିଛି ଏକ ଅଘଟଣ। ନିଜ ଗାଈ ଖୋଜିବାକୁ ଯାଇଥିବା ହରେକୃଷ୍ଣପୁର ଗାଁର ସମିର ଧଙ୍ଗଡାମାଝୀ ନାମକ ଜଣେ ଯୁବକଙ୍କ ଗୋଡ଼ ସଂପୂର୍ଣ୍ଣ ଭାବେ କଟିଯାଇଛି। ସମିର ବିଳମ୍ବିତ ରାତିରେ ଗାଈ ଖୋଜିବାକୁ ଟ୍ରେନ ଧାରଣା ପାର ହେଉଥିବାବେଳେ ବେଦାନ୍ତ ପ୍ରକଳ୍ପକୁ ଯାଉଥିବା ଏକ ମିଲବାହୀ ରେଳଗାଡ଼ି ତାଙ୍କୁ ଧକ୍କା ଦେବା ପରେ ସେ ପଡ଼ିଯାଇଥିବା ବେଳେ ଡାହାଣ ଗୋଡ଼ର ଗୋଇଠି ଓ ତାଙ୍କ ବାମ ଗୋଡ଼ର ପାଦ ସଂପୂର୍ଣ୍ଣ ଭାବେ ଛିଣ୍ଡି ଅଲଗା ହୋଇଯାଇଛି। ପ୍ରଚୁର ରକ୍ତସ୍ରାବ ଯୋଗୁଁ ସେ ଗୁରୁତର ହୋଇପଡିଥ‌ିବାବେଳେ ପରିବାର ଓ ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତେବେ ଆଜି ଏହାକୁ ନେଇ ହରେକୃଷ୍ଣପୁର ଗାଁରେ ଜନ ଅସନ୍ତୋଷ ଦେଖ‌ିବାକୁ ମିଳିଥିବାବେଳେ ଉତ୍ୟକ୍ତ ଲୋକେ ରେଳରୋକ କରିଥିଲେ। ଏପରିକି ଦୁର୍ଘଟଣାର ଶିକାର ହୋଇଥିବା ସମିରଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ସହିତ ତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇଦେବାକୁ ଅଡ଼ି ବସିଥିଲେ। ଏହାକୁ ନେଇ ଦିର୍ଘ ଛ’ଘଣ୍ଟା ପର୍ଯ୍ୟନ୍ତ ବେଦାନ୍ତ କମ୍ପାନୀ ମଧ୍ୟକୁ ବକ୍ସାଇଟ ଓ ଆଲୁମିନା ପରିବହନ ଠପ ହୋଇଯାଇଥିଲା। ଏ ସମ୍ପର୍କରେ ଖବର ପାଇ ରେଳବାଇ ପୁଲିସ ଓ ଲାଞ୍ଜିଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ଧାରଣ ପ୍ରତ୍ୟାହୃତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.