ସଂସ୍କୃତ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ତିର୍ତ୍ତୋଲ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ ପ୍ରତିମା ଆଚାର୍ଯ୍ୟ ଅବସର ଗ୍ରହଣ କରିଛନ୍ତି। ଏନେଇ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ସେଠୀଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ କର, କିରଣବାଳା ବିଶ୍ଵାଳ, ପରୀକ୍ଷିତ ନନ୍ଦ ଯୋଗଦେଇ ଶ୍ରୀମତୀ ଆଚାର୍ଯ୍ୟଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ସ୍ଵାଗତ ଅଭିଭାଷଣ ସୁନନ୍ଦା ସାହୁ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ପ୍ରସନ୍ନ ବିଶ୍ଵାଳ, ସମ୍ବିଧା ବେହେରା, ଭାଗ୍ୟରଶ୍ମି ପ୍ରଧାନ, ଶୁଭଦର୍ଶିନୀ ଖଟୁଆ, ତ୍ରିବିକ୍ରମ ସ୍ବାଇଁ, ଗୁରୁ ଚରଣ ସ୍ବାଇଁ, ନିକୁଞ୍ଜ ମହାନ୍ତି, ଆଲୁମିନି ସଦସ୍ୟା ମାମିନା ସ୍ବାଇଁ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ। ଏହି ଅବସରରେ ଅତିଥି, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, ଛାତ୍ରୀମାନେ ଶ୍ରୀମତୀ ଆଚାର୍ଯ୍ୟଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଆଦି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.