ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରେ ଭାସିଯାଇ ଯୁବକ ମୃତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅର୍ନ୍ତଗତ ହୀରାପୁର ଗ୍ରାମ ପଞ୍ଚାୟତ ର ତୋଟାପଡା ଗ୍ରାମ ର ବୁଟୁ ଯାନୀ ବୟସ ୪୫ ବର୍ଷ ମେଗା ଲିଫ୍ଟ କେନାଲ ରେ ଭାସିଯାଇ ମୃତ୍ୟୁବରଣ କରିଥିବା ସୁଚନା ମିଳିଛି। ମିଳିଥିବା ସୁଚନା ମୁତାବକ ବୁଟୁ ଯାନୀ ଗତକାଲି ସୋମବାର ପାବଳୀ ଗ୍ରାମ ରେ ତାଙ୍କର ସମ୍ପର୍କୀୟ ଙ୍କ ମୃତ୍ୟୁ ଘଟିବାରୁ ସେ ଶବ ସତ୍କାର କାର୍ଯ୍ୟ ରେ ଯୋଗଦେବାକୁ ଯାଇଥିଲେ। ଶବ ସତ୍କାର ସାରି ସନ୍ଧ୍ୟା ଫେରିବା ବାଟରେ ସୁନାମାଲ ମେଗା ଲିଫ୍ଟ କେନାଲ ରେ ଗାଧୋଇବା କୁ ଯାଇ ଭାସିଯାଇ ଥିବା ବେଳେ କେନାଲ ହୁଡା ରେ ଗାମୁଛା ଓ ଚପଲ ପଡିଥିବା ଦେଖବାକୁ ପାଇଥିଲେ। ଆଜି ଖବର ପାଇ ଜୟପାଟଣା ଅଗ୍ନିଶମ କର୍ମଚାରୀ ଗୁଲୁ ସାହୁ ଓ ଜୟପାଟଣା ଥାନା ଅଧିକାରୀ ଭରତ କରକରା  ଘଟଣା ସ୍ଥଳରେ ପହଞ୍ଚି ଚାଉଳ ଜଙ୍ଗଲ କେନାଲ ପାଖରୁ ମୃତଦେହ ଉଦ୍ଧାର କରିଥିବା ସୁଚନା ମିଳିଥିବା ବେଳେ ଜୟପାଟଣା ପୋଲିସ ତଦନ୍ତ ଜାରି ରଖିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.