ଯାଦବ ମୁରବି ପ୍ରହଲ୍ଲାଦ ଗୌଡଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଧର୍ମପରାୟଣ ବ୍ୟକ୍ତି ତଥା ଯାଦବ ସମାଜର ଜଣେ ମୁରବୀ  ପ୍ରହଲ୍ଲାଦ ଗୌଡଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହେଉଥିଲା। ନର୍ଲା ସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ପିଡବ୍ଲୁଡି ବିଭାଗରେ କାର୍ଯ୍ୟ କରି ୧୬ ବର୍ଷ ତଳୁ ଅବସର ଗ୍ରହଣ କରିଥିଲେ। ଯାଦବ ସମାଜକୁ ସୁସଂଗଠିତ କରିବା ପାଇଁ ସେ ନିଷ୍ଠାପର ଭାବେ କାର୍ଯ୍ୟ କରିଥିଲେ। ସୋମବାର ସନ୍ଧ୍ୟାରେ ସେ ପୁଅର ଦୋକାନରେ ବସିଥିବା ସମୟରେ ଛାତିରେ ଖୁବ ଜୋର ଯନ୍ତ୍ରଣା ଅନୁଭବ କରି ତଳେ ଟଳି ପଡ଼ିଥିଲେ। ପରିବାରବର୍ଗ ତାଙ୍କୁ ନର୍ଲା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ସଜ୍ୟା ନିକଟରେ ଧର୍ମପତ୍ନୀ, ପୁତ୍ରବଧୂ, ଦୁଇ ପୁଅ ରଞ୍ଜନ ଓ ପୂର୍ଣ୍ଣ, ଝିଅ ରୀନା ଓ ଜ୍ବାଇଁ, ଆତ୍ମୀୟ ସ୍ୱଜନ ଏବଂ ବନ୍ଧୁ ପରିଜନ ଉପସ୍ଥିତ ଥିଲେ। ମଙ୍ଗଳବାର ସକାଳେ ସାନ୍ଦୁଲ ନଦୀ ପଠାରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ସ୍ୱର୍ଗତ ଶ୍ରୀ ଗୌଡଙ୍କ ଆବର୍ତ୍ତମାନରେ ନର୍ଲା ଗ୍ରାମ୍ୟ, ଆଞ୍ଚଳିକ ଓ ବ୍ଲକ ଯାଦବ ସମିତି ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯିବା ସହ ଅମର ଆତ୍ମାର ସଦଗତି କାମନା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.