ବିଛୁବାହାଲି ବିଦ୍ୟାଳୟରେ ତିଥି ଭୋଜନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବେଲପଡା (ତ୍ରିନାଥ ବାଗ): ବେଲପଡା ବ୍ଲକ ଅନ୍ତର୍ଗତ ବିଛୁବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ଠାରେ ମଙ୍ଗଲବାର ତିଥି ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଘନଶ୍ୟାମ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଗାଁର ଗୈାନ୍ତିଆ ମନମୋହନ ମାଝୀ, ଭାଲୁମୁଣ୍ଡା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ମନବୋଧ କାଲସାଏ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ପର୍ଯ୍ୟନ୍ତ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଭୋଜନ କରାଯାଇଥିଲା । ଅତିଥି ମାନେ ଏହି କାର୍ଯ୍ୟକ୍ରମ ବିଷୟରେ ପିଲା ମାନଙ୍କ ସମ୍ମୁଖରେ ଆଲୋଚନା ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ଗୋଦାବରୀ ମାଝୀ, ମଧୁମିତା ବାବୁ, ଜ୍ୟୋର୍ତିମୟ ନାଗ, ପାହାନ୍ତ କୁମ୍ଭାର ସାମିଲ ଥିବା ବେଲେ ଏସଏମ୍‌ସି ସଦସ୍ୟ ଭୋଦେବ ମହାନନ୍ଦ, ସୁଧିର ବାଗ,ବିଶ୍ୱମ୍ବର ପୁଟେଲ, ତୁଲାରାମ ମାଝୀ, କ୍ଷୀର ପୁଟେଲ, କୈଲାସ ପୁଟେଲ, ରଞ୍ଜୁ ବାଗ, ମିତା ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.