କେନ୍ଦ୍ର ସାହିତ୍ୟ ଅକାଦେମିର ଯୁବ ପୁରସ୍କାର ଓ ବାଲ୍ ସାହିତ୍ୟ ପୁରସ୍କାର ପାଇଁ ପୁସ୍ତକ ଆହ୍ୱାନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ (ରଜତ ବଂଶଲ): ୨୦୨୬ ବର୍ଷର ଯୁବ ପୁରସ୍କାର ଓ ବାଲ୍ ସାହିତ୍ୟ ପୁରସ୍କାର ଚୟନ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ପ୍ରକାଶକ ଓ ଭାରତୀୟ ଲେଖକମାନଙ୍କ ପାଖରୁ ଅକାଦେମି ସ୍ୱୀକୃତ ୨୪ଟି ଭାଷାର ପୁସ୍ତକ ଆହ୍ୱାନ କରାଯାଇଛି । ଯୁବ ପୁରସ୍କାର ପାଇଁ ଲେଖକଙ୍କ ବୟସ ୧ ଜାନୁଆରୀ ୨୦୨୬ ସୁଦ୍ଧା ୩୫ ବର୍ଷ ବା ତା’ଠାରୁ କମ୍ ହୋଇଥିବା ଉଚିତ । ବାଲ୍ ସାହିତ୍ୟ ପୁରସ୍କାର ପାଇଁ ପୁସ୍ତକଗୁଡ଼ିକ ୯ରୁ ୧୬ ବର୍ଷ ବୟସର ପାଠକମାନଙ୍କୁ ଦୃଷ୍ଟିରେ ରଖି ରଚିତ ହୋଇଥିବା ଆବଶ୍ୟକ । ୨୦୨୦, ୨୦୨୧, ୨୦୨୨, ୨୦୨୩ ଏବଂ ୨୦୨୪ ମସିହାରେ (ଅର୍ଥାତ୍ ୧ ଜାନୁଆରି ୨୦୨୦ରୁ ୩୧ ଡିସେମ୍ବର ୨୦୨୪ ମଧ୍ୟରେ) ପ୍ରଥମେ ପ୍ରକାଶିତ ପୁସ୍ତକଗୁଡ଼ିକୁ ବାଲ୍ ସାହିତ୍ୟ ପୁରସ୍କାର ପାଇଁ ବିଚାରକୁ ନିଆଯିବ । ଉଭୟ ପୁରସ୍କାର ପାଇଁ ଆବେଦନ ପତ୍ର ଏବଂ ପୁସ୍ତକ ଜମା ଦେବାର ଶେଷ ତାରିଖ ହେଉଛି ୩୧ ଅଗଷ୍ଟ ୨୦୨୫। ଓଡ଼ିଆ ଭାଷାର ପୁସ୍ତକ ସାହିତ୍ୟ ଅକାଦେମିର କୋଲକାତାସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ପଠାଇବାକୁ ହେବ। ଯୁବ ପୁରସ୍କାର ଏବଂ ବାଲ୍ ସାହିତ୍ୟ ପୁରସ୍କାର ବିଜେତାମାନଙ୍କୁ ସମ୍ମାନଜନକ ଉତ୍ସବରେ ୫୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ଫଳକ ଓ ମାନପତ୍ର ପ୍ରଦାନ କରାଯାଇଥାଏ । ଉଭୟ ପୁରସ୍କାର ସମ୍ପର୍କିତ ସବିଶେଷ ନିୟମାବଳୀ ଏବଂ ଆବେଦନପତ୍ର ସାହିତ୍ୟ ଅକାଦେମିର ୱେବ୍ସାଇଟ୍ www.sahitya-akademi.gov.in ରେ ଉପଲବ୍ଧ ଅଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.