ବିଶ୍ୱନାଥପୁର ନକଆଉଟ ଫୁଟବଲ ପ୍ରତିଯୋଗିତା: ଡଙ୍ଗରୀ ଗାଁକୁ ହରାଇ ୧-୦ ଗୋଲରେ ହରିହରପୁର ବିଜୟୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଆଜି ଏକ ନକଆଉଟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡେଇ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗ, ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନର କୋଷାଧ୍ୟକ୍ଷ ନୀଲେଶ କୁମାର ନାଗ ଯୋଗ ଦେଇଥିଲେ। ଏହି ଅବସରରେ ହରିହରପୁର ଓ ଡଙ୍ଗରୀ ଗାଁ ଦଳ ମଧ୍ୟରେ ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ ହରିହରପୁର ଦଳ ୧-୦ ଗୋଲରେ ବିଜୟୀ ହୋଇଥିଲା। ଦଳ ତରଫରୁ ଆନନ୍ଦ ମାଝୀ ଗୋଲ ସ୍କୋର କରିବା ସହିତ ମ୍ୟାନ ଅଫ ଦି ମ୍ୟାଚ ଭାବେ ଅତିଥିଙ୍କଠାରୁ ପୁରସ୍କୃତ ହୋଇଥିଲେ। ରେଫରୀ ଭାବେ କିଶୋର କୁମାର ଘଡେଇ ମ୍ୟାଚ ପରିଚାଳନା କରିଥିବାବେଳେ ସୁନୀଲ ବେହେରା ଓ ଫାଲଗୁନୀ ବାଗ ଲାଇନ୍ସମେନ ଦାୟିତ୍ୱ ତୁଲାଇଥିଲେ। ସେହିପରି ବିଶ୍ୱନାଥପୁର ଫୁଟବଲ ଏସୋସିଏସନ ତରଫରୁ ଦେବଦତ୍ତ ମାଝୀ, ଅଲେଖ ବେହେରା, କ୍ରିଷ୍ଣା ପ୍ରଧାନୀ, କୀର୍ତ୍ତିମୟ ପ୍ରଧାନୀ, କୀର୍ତ୍ତିମୟ ସାହୁ, ଜଗା ସୂର୍ଯ୍ୟ, ସେନାପତି ଗଉଡ଼ ପ୍ରମୁଖ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.