ନ୍ୟାୟ ଆଶାରେ ଦୁଷ୍କର୍ମ ପୀଡ଼ିତା ନାବାଳିକା; ଜନ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ କଲେ ଗୁହାରି 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲାପାଳ  ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନ ଶୁଣାଣି ଶିବିରରେ ଦାଖଲ ହୋଇଥିବା ସମସ୍ତ ଅଭିଯୋଗ ମଧ୍ୟରୁ ଗୋଟିଏ ଦୁଃଖଦ ଓ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ସାମ୍ନାକୁ ଆସିଛି। ଗୁଣପୁର ବ୍ଲକ ଅଞ୍ଚଳର ଜଣେ ୧୭ ବର୍ଷୀୟା ଦୁଷ୍କର୍ମ ପୀଡିତା ନ୍ୟାୟ ଆଶା ନେଇ ଅଭିଯୋଗ ଶୁଣାଣୀ ଶିବିରରେ ଅଭିଯୋଗପତ୍ର ଦାଖଲ କରିଛନ୍ତି। ପୀଡ଼ିତା ଜଣକ ହୃଦ୍ ରୋଗୀ ଓ ତାଙ୍କର ବାପା ମା କେହି ନାହାନ୍ତି, ସେ ବୃଦ୍ଧା ଜେଜେ ମା ଓ ଜେଜେ ବାପଙ୍କ ସାହାରାରେ ବଞ୍ଚି ରହିଛନ୍ତି। ପୀଡ଼ିତାଙ୍କ ପକ୍ଷରୁ ସ୍ଥାନୀୟ ଗୁଣୁପୁର ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ନାବାଳିକାକୁ ମିଛ କହୁଛୁ ବୋଲି ଧମକ୍ ଦେଉଥିବା ପୀଡିତା କହିଥିଲେ। ବଶି ଚିନ୍ନା ଓରଫ ଘାସି ନାମକ ଜଣେ ବ୍ୟକ୍ତି ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଛି ବୋଲି ପୀଡ଼ିତା ନାବାଳିକା ଅଭିଯୋଗ କରିଛନ୍ତି। ଥାନାରେ ନିରାଶ ହୋଇ ଶେଷରେ ନ୍ୟାୟ ପାଇବା ଆଶାରେ ପୀଡ଼ିତା ରାୟଗଡ଼ା ଜନଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କୁ ଭେଟି ସମସ୍ତ ଘଟଣା ଉପସ୍ଥାପନ କରିଥିଲେ। ରାୟଗଡ଼ା ଜିଲ୍ଲାପାଳ ଯଥା ଶୀଘ୍ର ପୋସ୍କୋ ନିୟମ ଅନୁସାରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସମାଜସେବୀ ବିନୋଦିନୀ ଗରଡ଼ିଆଙ୍କ ସହାୟତାରେ ପୀଡ଼ିତା ନାବାଳିକା ନୂତନ ଜ଼ିଲ୍ଲାପାଳଙ୍କ ପ୍ରଥମ ଜନଶୁଣାଣି ଶିବିରରେ ଅଭିଯୋଗ ଜଣାଇଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.