ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ; ବାଲେଶ୍ୱର ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ପୋଲିସ ଡ଼ିଜିଙ୍କୁ ସ୍ମାରକ ପତ୍ର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡିଶାରେ ଅହେତୁକ ଛାତ୍ରୀ ଏବଂ ନାରୀଙ୍କ ଉପରେ ଦୁଷ୍କର୍ମ, ନିର୍ଯାତନା ଏବଂ ଅତ୍ୟାଚାର ବଢ଼ି ଚାଲିଥିବା ବେଳେ ସରକାର ନିରବ ଦ୍ରଷ୍ଟା ସାଜି ଚୁପ ରହିବା ପ୍ରତିବାଦରେ ସାରା ଓଡିଶାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଅଗଷ୍ଟ ୧ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପୋଲିସ ଡିଜିଙ୍କୁ ଚାଲିଥିବା ବିକ୍ଷୋଭ ଏବଂ ସ୍ମାରକ ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଆଜି ବାଲେଶ୍ୱର ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ସ୍ମାରକ ପତ୍ର ବାଲେଶ୍ୱର ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଥିଲା।

ବିଜେପି ସରକାରଙ୍କ ଏକ ବର୍ଷ ଭିତରେ ଅସଦାଚରଣ, ଦୁଷ୍କର୍ମ, ନାରୀ ନିର୍ଯାତନା ଅହେତୁକ ବୃଦ୍ଧି ପାଉଥିବା ବେଳେ ସରକାର ନିରବ ଦ୍ରଷ୍ଟା ସାଜିଛି। ସେ ଗୋପାଳପୁର ବିଚ୍ କଲେଜ ଛାତ୍ରୀ ଦୁଷ୍କର୍ମ ହେଉ କି ଫକୀରମୋହନ କଲେଜ ପୀଡିତା ଆତ୍ମହତ୍ୟା ଘଟଣା ହେଉ ପୁରୀ ଜ଼ିଲ୍ଲା ବଳଙ୍ଗା ନାବାଳିକା ଜିଅନ୍ତା ଜାଳିଦେବା ଘଟଣା ହେଉ କିଭଳି ଦୋଷୀ ମାନେ ଦୁଷ୍ଟାନ୍ତ ମୂଳକ ଦଣ୍ଡ ପାଇବେ, ଶିକ୍ଷା ଅନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ବୃଦ୍ଧି କରାଯିବ, ନାରୀ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ ଗଠନ ସହ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ସ୍ୱତନ୍ତ୍ର ପେଟ୍ରୋଲିଂ ବ୍ୟବସ୍ଥା କରାଯିବ ସେ ପାଇଁ ଲିଖିତ ସ୍ମାରକୀପତ୍ର ଫକୀର ମୋହନ କଲେଜ ଏବଂ ଅନ୍ୟାନ୍ୟ କଲେଜରୁ ଆସିଥିବା ଛାତ୍ରମାନେ ଏବଂ ଯୁବ ଛାତ୍ର ବିଜେଡିର ନେତୃବୃନ୍ଦ ପ୍ରଦାନ କରିଥିଲେ।

ଏହି ଶୋଭାଯାତ୍ରାରେ ଛାତ୍ର ସଭାପତି ସିମନ ଦାସ ମହାପାତ୍ର, ଯୁବ ସଭାପତି ତାପସ ପରିଡା, ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ତାପସ ପାଣିଗ୍ରାହୀ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଓମପ୍ରକାଶ ମହାପାତ୍ର, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଶୁଭମ ସାଇ ମହାପାତ୍ର, ରାଜ୍ୟ ଯୁବ ସମ୍ପାଦିକା ଜୟନ୍ତୀ ଦତ୍ତ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ସିମନ ସାମଲ, ଜ଼ିଲ୍ଲା ଛାତ୍ର ନେତା ସୁଶୀଲ ପଣ୍ଡା, ଟାଉନ ଛାତ୍ର କାର୍ଯ୍ୟକାରୀ ସଭାପତି ଚିନ୍ମୟ ମହାନ୍ତି, ଫକୀରମୋହନ କଲେଜ ଛାତ୍ର ନେତା ସ୍ୱସ୍ତିକ ସାମନ୍ତ, ଛାତ୍ର ନେତା ଜଗଦୀଶ ଆଚାର୍ଯ୍ୟ, ଶୁଭମ ନାୟକ, ଜୀବନ ସଂଗ୍ରାମ ମିଶ୍ର, ଗଜେନ୍ଦ୍ର ନାୟକ, ହରିଶ ଜେନା, ସେକ ବୁରହାନ, ଓଁକାର ନାୟକ, ହର୍ଷ ଖଣ୍ଡେଲୱାଲ, ଜାକାବ ସିଂଙ୍କ ସହ ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.