‘ବିଶ୍ୱ ଦ୍ରଷ୍ଟା ଥିଲେ ପ୍ରକୃତି କବି ଗଙ୍ଗାଧର ମେହେର’

ଯୁଗଯାତ୍ରୀ ସାହିତ୍ୟ ସଂସଦର ମେହେର ଜୟନ୍ତୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଗଙ୍ଗାଧର ମେହେରଙ୍କ ସାହିତ୍ୟର ପଟାନ୍ତର ନାହିଁ। ସେ କବି କେବଳ ନୁହଁନ୍ତି, ଜଣେ ଦାର୍ଶନୀକ ଥିଲେ। ପ୍ରକୃତି କବି ଗଙ୍ଗାଧର ଥିଲେ ବିଶ୍ୱ ଦ୍ରଷ୍ଟା ବୋଲି ଯୁଗଯାତ୍ରୀ ସାହିତ୍ୟ ସଂସଦର ମେହେର ଜୟନ୍ତୀରେ ଅତିଥିମାନେ ମତ ବ୍ୟକ୍ତ କରିଥିଲେ। ସଭାପତି ପଦ୍ମଲୋଚନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଭିମନ୍ୟୁ ସାହିତ୍ୟ ସଂସଦ ଘେଁସ ବରଗଡ଼ର ସଭାପତି ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ ରାୟଗଡ଼ାର ବିଶିଷ୍ଟ ସାହିତ୍ୟିକ ଶ୍ରୀଧର ପଟ୍ଟନାୟକ ଯୋଗ ଦେଇଥିଲେ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ସମ୍ପାଦକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ। କବି ନବଘନ ସାହୁ, କବି ମକରଧ୍ଵଜ ସାହୁ, କବୟିତ୍ରୀ ସରସ୍ବତୀ ମିଶ୍ରଙ୍କ ସଂଯୋଜନାରେ ତିରିଶରୁ ଉର୍ଧ୍ଵ କବି କବିତା ପାଠ କରିଥିଲେ। ଏହା ପରେ ପ୍ରାକ ପ୍ରାଥମିକ ବିଦ୍ୟାଳୟରୁ ମହା ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତି ଯୋଗିତାର ପୁରସ୍କାର ବିତରଣୀ ଉପ ସଭାପତି ରାକେଶ ଶତପଥୀ, ମାନସ ରଞ୍ଜନ ପ୍ରହରାଜ, ପବନ ମହାଲିକଙ୍କ ପରିଚାଳନାରେ କରାଯାଇଥିଲା। ସହ ସମ୍ପାଦକ ପରମାନନ୍ଦ ବିଶୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.