ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ସିଟିସ୍କାନ । ଏ ନେଇ ଜିଲ୍ଲାପାଳ ଡ. ନୃପାରାଜ ସାହୁ ମୁଖ୍ୟ ଚିକିତ୍ସାଳୟକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ସିଡିଏମଓ ଓ ଷ୍ଟାଫ ଙ୍କ ସହ କଥାବାର୍ତ୍ତା କରି ଫେରିଛନ୍ତି । ମୁଖ୍ୟ ଚିକିତ୍ସାଳୟର ଅନ୍ୟାନ୍ୟ ଭିତ୍ତିଭୂମି ତଥା ସମସ୍ୟା ବିଷୟରେ ମଧ୍ଯ ପଚାରି ବୁଝିଥିଲେ । ଏହି ପରିଦର୍ଶନ ସମୟରେ ସିଡିଏମଓ ଉଷାରାଣୀ ଦାଶ, ଏଡିଏମଓ ଦୂର୍ଗାଦତ୍ତ ଦାଶଙ୍କ ସହ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।