ସ୍କୁଲ ଗୃହ ନିର୍ମାଣ ନିମନ୍ତେ ଜମି ଚିହ୍ନଟ ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ବଡ଼ପୋଡ଼ାଗୁଡା ଗ୍ରାମବାସୀ ସ୍କୁଲ ଗୃହ ନିର୍ମାଣ ପାଇଁ ଜମି ଚିହ୍ନଟ ନିମନ୍ତେ ବୁଧବାର ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି।ବଡ଼ପୋଡ଼ାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନିଜସ୍ୱ ସରକାରୀ ଜମି ନ ଥିବାରୁ ନୂତନ ଶ୍ରେଣୀ ଗୃହ ନିର୍ମାଣରେ ବାଧାପ୍ରାପ୍ତ ହେଉଛି। ଏନେଇ ଗ୍ରାମର ନରହରି ସୁନା, ବୃନ୍ଦାବନ ବାଗ, ସୁବାସ ବାଗ, ଭଗତ ବାଗ, କବିରାଜ ପାଣିଗ୍ରାହୀ, ବୈବ ମାଝୀ, ରାମକୃଷ୍ଣ ପୁଝାରୀ ସମେତ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର କୋକସରା ଅତିରିକ୍ତ ତହସିଲଦାର ମୋହନ ଜେନାଙ୍କୁ ଭେଟି ଜମି ଚିହ୍ନଟ କରିବା ପାଇଁ ଦାବୀ କରିଛନ୍ତି। ଏନେଇ ଅତିରିକ୍ତ ତହସିଲଦାର ଆମପାଣି ରାଜସ୍ବ ନିରୀକ୍ଷକଙ୍କୁ ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.