ସାହିତ୍ୟ ଜୀବନ ଆଭାସୀ କବିତା ଆସର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସାହିତ୍ୟ ଜୀବନ ସାହିତ୍ୟ ସଂସଦ ପକ୍ଷରୁ ଆଭାସୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି ।  ଭର୍ଚୁଆଲ କବିତା ଆସରଟିକୁ ପ୍ରାଣ ପ୍ରତିଷ୍ଠାତା ଶ୍ରୀମାନ ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଆସରକୁ ସଂଯୋଜକ ଭାବେ ଶକ୍ତି ସୁମନ ଦାସ ମଞ୍ଚ ପରିଚାଳନା କରିଥିଲେ । ଉପ ସଭାପତି ଶ୍ରୀମତୀ ଶୋଭାଗିନି ନନ୍ଦ କବିତା ଉପରେ ସମ୍ୟକ ଭାବରେ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ଅତିଥି କବି ଭାବେ ପ୍ରଜ୍ଞା ପାରମିତା ପ୍ରିୟଦର୍ଶିନୀ, ଶାଶ୍ଵତୀ ପ୍ରିୟଦର୍ଶିନୀ, ରଶ୍ମିତା ରାଉତ, ଜଗନ୍ନାଥ ପରିଚ୍ଛା, ଦୁର୍ଲ୍ଲଭ ରାଉତ, କୃଷ୍ଣେନ୍ଦୁ ହୋତା ଯୋଗ ଦେଇଥିଲେ । ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆଗ ଧାଡ଼ିର କବି କବୟିତ୍ରୀ କବିତା ପାଠ କରିଥିଲେ । ଓଡ଼ିଶାର କୋଣ ଅନୁକୋଣରୁ ଶହେରୁ ଉର୍ଦ୍ଧ୍ବ ସାହିତ୍ୟ ପ୍ରେମୀ ଏଥିରେ ସାମିଲ ହୋଇ ନିଜ ଆସରକୁ ଶୃଙ୍ଖଳା ସହ ଅନୁଷ୍ଠିତ କରିଥିଲେ । ପତିତପାବନ ପାଣି, ଆର୍ଯ୍ୟମାନ କର, ମନସ୍ମିତା ବେହେରା, ରାକେଶ କୁମାର ରାଉତ, ବିଦ୍ୟାଧର ଦଳବେହେରା, ମାନଶ ରଞ୍ଜନ ଦାଶ, ରଶ୍ମି ରଞ୍ଜନ ସାହୁ, ରଚନା ମଲ୍ଲିକ, ଆଶିଷ ବେହେରା, ସତ୍ୟ ରଞ୍ଜନ ରାଉତରାୟ, ଶୁଭଙ୍କର  ସାମଲ, ପ୍ରଶାନ୍ତ କୁମାର ସାହୁ, ସାବିତ୍ରୀ ଗୌଡ଼, ଆତ୍ମାଯା ଶ୍ରେୟାଶ୍ରୀ, ମାନଶ ରଞ୍ଜନ ରାଉତ, ଗଗନ ବିହାରୀ ନାୟକ ଆଦି କବିତା ପାଠ କରିଥିଲେ‌।  ଶେଷରେ ଶୋଭାଗିନି ନନ୍ଦ କବିତା ଗୁଡ଼ିକ ସମୀକ୍ଷା କରି ସମସ୍ତ କବି କବୟିତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.