ଅଧାରୁ ପାଠ ଛାଡ଼ିଥିବା ୮ ପିଲାଙ୍କୁ ସ୍କୁଲରେ ନାଁ ଲେଖାଇଲା ବ୍ଲକ ଶିକ୍ଷା ବିଭାଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଦୌ ସ୍କୁଲଦ୍ୱାର ମାଡିନଥିବା ଓ ଅଧାରୁ ପାଠ ପଢ଼ାରେ ଡୋରି ବାନ୍ଧିଥିବା ଛାତ୍ରଛାତ୍ରୀଙ୍କୁ ପୁଣି ସ୍କୁଲମୁହାଁ କରିବାକୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ‘ଆସ ସ୍କୁଲ ଯିବା ଅଭିଯାନ’ ଜରିଆରେ ଆଦୌ ସ୍କୁଲ ଯାଇନଥିବା ଓ ଅଧାରୁ ପାଠ ଛାଡ଼ିଥିବା ଶିଶୁମାନଙ୍କୁ ପୁଣି ସ୍କୁଲମୁହାଁ କରିବାକୁ ଅଭିଯାନ ଆରମ୍ଭ କରିଛି ଶିକ୍ଷା ବିଭାଗ। ଏହି ଅଭିନବ ପ୍ରୟାସରେ ସାମିଲ ହୋଇଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ। ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେରଙ୍କ ନେତୃତ୍ୱରେ ଚାଲିଥିବା ଏହି ଅଭିଯାନ ଦ୍ୱାରା ବ୍ଲକ ଅଞ୍ଚଳର ଶତାଧିକ ଶିଶୁଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି। ଆଜି ଗୋବର୍ଦ୍ଧନପୁର କ୍ଳଷ୍ଟର ଅନ୍ତର୍ଗତ ଆମ୍ବଝରି ଗାଁର ୨ଜଣ ପୁଅ ଓ ୬ଜଣ ଝିଅଙ୍କୁ ଉଦ୍ଧାର କରି ଆଜି କମର୍ଦ୍ଧା ସ୍କୁଲରେ ନାମ ଲେଖାଯାଇଛି। ଏଥିରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମେହେରଙ୍କ ସହିତ କ୍ଳଷ୍ଟର ସଂଯୋଜକ କୁମାର ଗୌରବ ପରିଡ଼ା ଉପସ୍ଥିତ ରହି ସ୍କୁଲରେ ନାମ ଲେଖାଇବାକୁ ଉଦ୍ୟମ କରିଥିଲେ। ଏହି ଅବସରରେ କମର୍ଦ୍ଧା ହାଇସ୍କୁଲର ପ୍ରଧାନଶିକ୍ଷକ ହିମାଂଶୁ ଶେଖର ମହାପାତ୍ର, କମର୍ଦ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ମିଶ୍ରଙ୍କ ସହିତ କ୍ଳଷ୍ଟର ସଂଯୋଜକ ପ୍ରକାଶ ପ୍ରଧାନ, କମର୍ଦ୍ଧା ସରପଞ୍ଚ ସନ୍ତୋଷ ମାଝୀ ପ୍ରମୁଖ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.