ସରକାରୀ ଅନୁଦାନ ଦାବୀରେ ଅଧ୍ୟାପକ ଏବଂ କର୍ମଚାରୀଙ୍କ ଧାରଣା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସମାନ କାମକୁ ସମାନ ଦରମା ଦାବିରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କାଦୋଦର ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀମାନେ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି । ଅଭିଯୋଗ ଅନୁଯାୟୀ ୨୦୦୮ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ଅଧ୍ୟାପକ ସମେତ କର୍ମଚାରୀମାନଙ୍କୁ ସରକାରୀ ଅନୁଦାନ ପ୍ରଦାନ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଏ ଦିଗରେ ସରକାର କର୍ଣ୍ଣପାତ କରୁ ନାହାନ୍ତି । ଏହାକୁ ବିରୋଧ କରି ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘର ସଭାପତି ବିଶ୍ୱରଂଜନ ଦାସ ଙ୍କ ଆହ୍ୱାନ କ୍ରମେ କଲମ ଛାଡ଼ ଆନ୍ଦୋଳନରେ ଏହି କର୍ମଚାରୀ ମାନେ ସାମିଲ ହୋଇଛନ୍ତି । ଯାହା ଫଳରେ ମହାବିଦ୍ୟାଳୟ ଗୁଡିକରେ ପାଠପଢ଼ାରେ ବିଭ୍ରାଟ ପରିଲକ୍ଷିତ ହେଉଛି । ଏହି ପରିପେକ୍ଷୀ ରେ ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏହି କଲମ ଛାଡ଼ ଆନ୍ଦୋଳନରେ ସାମିଲ ହୋଇ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ବସି ରହିଛନ୍ତି। ସରକାର ତାଙ୍କ ଦାବୀ ପୂରଣ ନ କରିବା ଯାଏଁ ଧାରଣା ଚାଲୁ ରହିବ ବୋଲି ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ଉଦ୍ଧବ ପଧାନ, ଖଣ୍ଡ ସଂଯୋଜକ ସୁଶାନ୍ତ ଦେହୁରୀ ଅଧ୍ୟାପକ ବାଳମକୁନ୍ଦ ବାରିକ, ରଞ୍ଜିତା ମିଶ୍ର ପ୍ରମୁଖ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.