ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଅଭିନବ ପ୍ରୟାସ: ଦୁସ୍ଥ ସଦସ୍ୟଙ୍କ ଘରେ ପହଞ୍ଚି ବଢାଇଲେ ମନୋବଳ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଗୁରୁବାର ଦିନ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ତରଫରୁ ଏକ ଅଭିନବ ପ୍ରୟାସ ଗ୍ରହଣ କରାଯାଇଥିଲା । ଏକ ସାତଜଣିଆ ପ୍ରତିନିଧି ଦଳ ସକାଳେ ବାହାରି, ବୟସାଧିକ୍ୟ ତଥା ଶାରିରୀକ ଅସୁସ୍ଥତାରେ ପୀଡ଼ିତ ଥିବା ସଂଗଠନର ସମ୍ମାନାସ୍ପଦ ତିନି ଜଣ ବରିଷ୍ଠ ସଦସ୍ୟ/ସଦସ୍ୟା ଶରତ ଚନ୍ଦ୍ର ମହାନ୍ତି (୯୬) ବର୍ଷ, ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ନାରାୟଣ ଦାସ (୮୬) ବର୍ଷ ଏବଂ ଅଧ୍ୟାପିକା ମୀନା ମହାରଣା (୭୩) ବର୍ଷ ଙ୍କ ଘରକୁ ସୌଜନ୍ୟମୂଳକ ସାକ୍ଷାତକାରରେ ଯାଇ, ତାଙ୍କର ସୁବିଧା- ଅସୁବିଧା, ଦୁଃଖ- ସୁଖ ବୁଝି ବହୁ ସମୟ କଟାଇବା ସହ ତାଙ୍କ ମନୋବଳ ବୃଦ୍ଧି କରିବା ସହ ଯେ କୌଣସି ସମୟରେ ଆବଶ୍ୟକୀୟ ସାହାଯ୍ୟ ସହାନୁଭୂତି ଯୋଗାଇ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଏବଂ ପ୍ରଭୁ ପରମେଶ୍ଵରଙ୍କ ଠାରେ ସେହି ପୂଜ୍ୟ ବର୍ଷିୟାନ ସଦସ୍ୟ/ସଦସ୍ୟା ମାନଙ୍କର, ସୁସ୍ଥ ଦୀର୍ଘ ନିରାମୟ ଜୀବନ କାମନା ପୂର୍ବକ ତାଙ୍କ ଠାରୁ ପରାମର୍ଶ, ମାର୍ଗଦର୍ଶନ ଶୁଭେଚ୍ଛା, ଆଶୀର୍ବାଦ ଗ୍ରହଣ କରିଥିଲେ । ପ୍ରତିନିଧି ଦଳରେ ସାମିଲ ହୋଇଥିଲେ, ସଂଘର ଉପଦେଷ୍ଟା ତଥା ସାମ୍ବାଦିକ ଗୋରେଖ ନାଥ ସାହୁ, ଡ.ସନ୍ତୋଷ କୁମାର ପାଢ଼ୀ, ଉପ ସଭାପତି କବି ଆର୍ତ୍ତତ୍ରାଣ ବାବୁ, ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ରଥ, କମିଟି ସଭ୍ୟ ହରିହର ଶତପଥୀ ଏବଂ ବାସୁଦେବ ମିଶ୍ର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.