ଟେଣ୍ଟ ମାଲିକ ସଂଘ ପକ୍ଷରୁ ସୁରେଶ ଚନ୍ଦ୍ର ସାହୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାଁ ମାଣୀକେଶ୍ୱରୀ ଟେଣ୍ଟ ଲାଇଟ ସାଉଣ୍ଡ ଇଭେଣ୍ଟ ଓନର୍ସ ୱଲଫେୟର ଆସୋସିଏସନ କଳାହାଣ୍ଡି ତରଫରୁ ସୁରେଶ ଚନ୍ଦ୍ର ସାହୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। କର୍ଲାମୁଣ୍ଡା ବ୍ଲକ ବାଗବୁରାଇ ବାସିନ୍ଦା ତଥା ମା ଦୁର୍ଗା ଟେଣ୍ଟ ହାଉସର ମାଲିକ ସୁରେଶ ଚନ୍ଦ୍ର ସାହୁଙ୍କ ଅକାଳ ବିୟୋଗ ହୋଇଯାଇଛି। ଦିବଂଗତ ଆତ୍ମାର ସଦଗତି ପାଇଁ ଆସୋସିଏସନ ପକ୍ଷରୁ ଏକ ଶୋକସଭା ଆୟୋଜିତ ହୋଇଥିଲା। ଏଥିରେ ସଂଘର ସଭାପତି ରାମଦାସ ମେହେର, ସମ୍ପାଦକ ଅଭିଷେକ ପଟ୍ଟନାୟକ, ପ୍ରକାଶ ଅଗ୍ରୱାଲ ଉପସଭାପତି ପ୍ରଦୀପ ମହାନନ୍ଦ, ଜିତେନ୍ଦ୍ର କୁମାର ନେଗୀ, ଅନାଦି ପଧାନ, କୋଷାଧ୍ୟକ୍ଷ ମାନସ ମହାନ୍ତି, ଉପ କୋଷାଧ୍ୟକ୍ଷ ମଦନ ଜୈନ, ସହ ସମ୍ପାଦକ ପି. ଜଗନ୍ ମୋହନ ରାଓ, ନେପାଳ ବିଶ୍ୱାଳ ଓ କର୍ଲାମୁଣ୍ଡା ବ୍ଲକ ସଭାପତି ଅଜୟ ରଣା, କେସିଙ୍ଗା ସଭାପତି ବୁଲୁ ମିଶ୍ର, ମ. ରାମପୁର ସଭାପତି ସନ୍ତୋଷ କୁମାର ସାହୁ, ଜୟପାଟଣା ସଭାପତି ସଂଜୀବ ଅଗ୍ରୱାଲ, ଜୁନାଗଡ଼ ସଭାପତି ପଞ୍ଚାନନ ମେହେର, ଓ କଲମପୁର ସଭାପତି ମନୋଜ ମିଶ୍ର ସମତେ ଅନେକ ସଦସ୍ୟ ଉପସ୍ଥିତ ରହି ସ୍ବର୍ଗତ ସାହୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ସହ ତାଙ୍କର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆସୋସିଏସନ ତରଫରୁ ୪୫୦୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସ୍ବର୍ଗତ ସୁରେଶ ଚନ୍ଦ୍ର ସାହୁଙ୍କ ବଡ଼ ପୁଅ କୁରୁକ୍ଷେତ୍ର ସାହୁ କୃତଜ୍ଞତା ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.