ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ବିଶ୍ୱ ଉଦ୍ୟୋଗ ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଯୁବସମାଜକୁ ନୂତନ ଚିନ୍ତାଧାରା, ନବୋତ୍ଥାନ ଓ ସ୍ୱୟଂ ସଫଳତାର କାହାଣୀ ଗଢ଼ିବା ପାଇଁ ପ୍ରେରିତ କରିବା ଲକ୍ଷ୍ଯ ନେଇ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଉଦ୍ୟୋଗ ଦିବସ ଅତ୍ୟନ୍ତ ଉତ୍ସାହରେ ପାଳିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସେ ନିଜ ଅଭିଭାଷଣ ଦେଇ, ଛାତ୍ରଛାତ୍ରୀଙ୍କୁ ନବୀନତାର ସମ୍ଭାବ୍ୟ ଦିଗରେ ଚିନ୍ତା କରିବା, ସମସ୍ୟାକୁ ସୁଯୋଗରେ ପରିଣତ କରିବା ଓ ନିଜର ଉଦ୍ୟମିତାରେ ଯାତ୍ରା କରିବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

ଏହି ଅବସରରେ ଅତିଥି ବକ୍ତା ଭାବେ ଯୋଗଦେଇ ଡ଼କ୍ଟର ନୀନା ସିଂହ, ମ୍ୟାନେଜିଙ୍ଗ ପାର୍ଟନର (ତିସ୍ୟା ଏଗ୍ରି ଭେନ୍ଚର ଏଲଏଲପି) କୃଷି ଉଦ୍ୟମିତାରେ ନିଜର ଅନୁଭବ ଆଧାରରେ, ସୁସ୍ଥିରତା ଓ ସାମାଜିକ ପ୍ରଭାବକୁ ସର୍ବଦା ଉଦ୍ୟୋଗୀକରଣର ମୂଳକେନ୍ଦ୍ରରେ ରଖିବାକୁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଇଥିଲେ। ଏହି ସଭାରେ, ସୁର୍ଜ ପାୱର କ୍ରାଫ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ର ସଂସ୍ଥାପକ ଓ ନିର୍ଦ୍ଦେଶକ ଶ୍ରୀ ଗଦାଧର ସାହୁ ଯୋଗଦେଇ, ବିଦ୍ୟୁତ ଯାନ ନିର୍ମାଣ ମାଧ୍ୟମରେ ନିଜର ଉଦ୍ୟମିତା ଯାତ୍ରାର କାହାଣୀକୁ ଆଲୋଚନା କରି, ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତାସମ୍ପନ୍ନ ହେବା ତତା ସୃଜନଶୀଳ ଓ କେନ୍ଦ୍ରୀଭୂତ ଲକ୍ଷ୍ୟ ସହ ଭବିଷ୍ୟତ ଆରମ୍ଭ କରିବାକୁ ପ୍ରେରିତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ବିଶ୍ୱବିଦ୍ୟାଳୟର କୁଳସଚିବ କୁକୁମିନା ଦାସ କହିଲେ ଯେ, ଫକୀରମୋହନ ବିଶ୍ବବିଦ୍ୟାଳୟର ଇଙ୍କ୍ୟୁବେସନ ସେଣ୍ଟର ଯୁବ ଧାରଣାକୁ ସଫଳ ଉଦ୍ୟମରେ ପରିଣତ କରିବାରେ ପ୍ରଭାବଶାଳୀ ଭୂମିକା ନେଇଛି। ଏଥିସହ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ସାମୁହିକ ଉଦ୍ୟୋଗିକ ପ୍ରୟାସ ଓ ନିରନ୍ତର ଶିକ୍ଷାକୁ ସଫଳ ଉଦ୍ୟମର ଦୁଇଟି ମାନଦଣ୍ଡ ବୋଲି ଉଲ୍ଲେଖ କରିଥିଲେ। ଏହାବ୍ୟତୀତ ବିଜନେସ୍ ମ୍ୟାନେଜମେଣ୍ଟ ବିଭାଗର ପ୍ରଫେସର ପଦ୍ମଲିତା ରାଉତରାୟ, ଭଲ ମେଣ୍ଟରସିପ୍ ଓ ବିଶ୍ୱବିଦ୍ୟାଳୟ-ନେତୃତ୍ୱ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମର ଗୁରୁତ୍ୱକୁ ଆଲୋକପାତ କରିଥିଲେ।

Udyog Nursery
Udyogi Nursery

ଏହି ଅବସରରେ ବିଶ୍ୱବିଦ୍ୟାଳୟର ଟି.ବି.ଆଇ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ସହଯୋଗରେ “ଇନୋଭେସନ ଓ ଷ୍ଟାର୍ଟ ଅପ ପ୍ରତିଯୋଗିତା ୨୦୨୫” ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ଉତ୍ସାହୀତ ଭାବରେ ଯୋଗଦେଇଥିଲେ। ପ୍ରତିଯୋଗିତାର ବିଜେତାମାନେ ଯଥା, ୧ମ ପୁରସ୍କାର – ମିସ୍ ମୋନାଲିଶା ସାହୁ (ବାୟୋସାଇନ୍ସ ଏବଂ ବାୟୋଟେକ୍ନୋଲୋଜି ବିଭାଗ), ୨ୟ ପୁରସ୍କାର – ପୁରଞ୍ଜୟ ସାହୁ (ଦୂରଶିକ୍ଷା ଏଜୁକେସନ ବିଭାଗ) ୩ୟ ପୁରସ୍କାର – ଦିନେଶ ଭୈରବ ଦ୍ୱିବେଦୀ (ଏମବିଏ ବିଭାଗ) ସହ ସମସ୍ତ ଯୋଗଦାନକାରୀଙ୍କୁ ସୃଜନଶୀଳତା, ଉତ୍ସାହ ଓ ସମାଧାନମୂଳକ ଚିନ୍ତାପ୍ରବୃତ୍ତି ପାଇଁ ପୁରସ୍କୃତ କରାଯାଇଥିଲା। ବିଶ୍ବବିଦ୍ୟାଳୟ ଟି.ବି.ଆଇ.ର ମୁଖ୍ଯ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁନେନ୍ଦୁ ନାୟକ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଓ ଶେଷରେ ଧନ୍ୟବାଦ ଜଣାଇଥିଲେ। ଟି.ବି.ଆଇ.ର ସଂଯୋଜକ ପ୍ରଫେସର ପଙ୍କଜ କୁମାର ପାରହି ଅତିଥିମାନଙ୍କୁ ସ୍ବାଗତ କରିଥିଲେ ଓ ଦିନଟି ଆଶା, ସଙ୍କଳ୍ପ ଓ ଉତ୍ସାହରେ ସମାପ୍ତ ହୋଇ, ଛାତ୍ରମାନଙ୍କ ମନରେ “ବଡ଼ ସ୍ଵପ୍ନ – ଛୋଟ ଆରମ୍ଭ – ତୀବ୍ର ଗତି”ର ମନୋଭାବ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.