ସତ୍ୟସାଇ ବିଦ୍ୟାମନ୍ଦିରର ୩୩ତମ ପ୍ରତିଷ୍ଠା ଦିବସ ସମାରୋହ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସତ୍ୟସାଇ ବିଦ୍ୟାମନ୍ଦିର ଭବାନୀପାଟଣାର ୩୩ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଶ୍ରୀ ସତ୍ୟସାଇ ବାବଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ପୁର୍ତ୍ତି ଅବସରରେ ଚଳିତ ବର୍ଷ ଅନେକ ସମାଜିକ, ଶିକ୍ଷାଦାନ କାର୍ଯ୍ୟକ୍ରମ କ୍ରମାନ୍ବୟ ଭାବେ ଚାଲୁଥିବା ବେଳେ, ଏହାର ପ୍ରତିଷ୍ଠା ଦିବସ ସମାରୋହ ସମସ୍ତଙ୍କୁ ଉତ୍ସାହ ପ୍ରଦାନ କରିଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବରେ ଦେବରାଜ ପାଢୀ, ଲୋକନାଥ ମହାକୁଡ଼, ପୂର୍ବତନ ବିଦ୍ୟାଳୟର ସଭାପତି ପ୍ରଫେସର ବାମଦେବ ପୁରୋହିତ, ପ୍ରଫେସର ବିପିନ ବିହାରୀ ପଣ୍ଡା, ପୂର୍ବତନ ସଂପାଦକ ଗୋବିନ୍ଦ ନାଏକ, ବି. ସୂର୍ଯ୍ୟନାରାୟଣ ରାଓ, ସମିତି ସଂୟୋଜକ ତୁଳସିରାମ ସାହୁ, ବିଭୁତି ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ସ୍କୁଲ ତରଫରୁ ସମସ୍ତ ଅତିଥିମାନଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ଦିବଙ୍ଗତ ଆତ୍ମାମାନଙ୍କ ପାଇଁ ପ୍ରାର୍ଥନା କରାଯାଇଥିଲା। ଅଧ୍ୟକ୍ଷ୍ଯ ଜ୍ଞାନରଞ୍ଜନ ମିଶ୍ର ଶ୍ରୀ ସତ୍ୟସାଇ ବାବାଙ୍କ ଶିକ୍ଷାକ୍ଷେତ୍ରରେ ଅବଦାନ ଓ ସ୍କୁଲ ପ୍ରତିଷ୍ଠାରେ ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ। ଅନେକ କୃତି ଛାତ୍ରଛାତ୍ରି ମାନଙ୍କୁ ପୁରସ୍କୃତ କରାଯିବା ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶିକ୍ଷୟିତ୍ରୀ ପ୍ରଭାତି ବହିଦାର କାର୍ଯ୍ୟକ୍ରମ ସଂଯୋଜନା ସହ ଭକ୍ତିଗୀତ ଓ ବେଦପାଠ କରିଥିବାବେଳେ ରିନା ଶୁକ୍ଳା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.