ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ଦାବିରେ ଜୟପାଟଣା ବନ୍ଦ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଓଡ଼ିଶା ସରକାର ଗତ କିଛିଦିନ ତଳେ ୧୨ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିଥିବାବେଳେ ରାଜନୀତି ଜୋର ଧରିଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ସହର ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣାରୁ ବାଦ୍ ପଡିଥିବା ବେଳେ ଆଜି ବିଜେଡି ପକ୍ଷରୁ ଛଅ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏ ନେଇ ଜରୁରୀକାଳୀନ ସେବାକୁ ଛାଡିଦେଲେ ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ ଏବଂ ସମସ୍ତ ଅଫିସ ବନ୍ଦ ରହିଥିବା ଦେଖିବାକୁ ମିଲିଥିଲା। ବିଗତ ସରକାର ସମୟରେ ଜୟପାଟଣା ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ରେ ସ୍ଥାନିତ ହୋଇଥିବା ବେଳେ ମୋହନ ସରକାର ସମୟରେ ଜୟପାଟଣାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ରୁ ବାଦ୍ କରାଯାଇଛି। ଜୟପାଟଣା ବ୍ଲକ ବିଜୁ ଜନତାଦଳ ସଭାପତି ମିନକେତନ ପୁଝାରୀଙ୍କ ନେତୃତ୍ୱରେ ଆୟୋଜିତ ବନ୍ଦ ପାଳନ କାର୍ଯ୍ୟକ୍ରମରେ ବିଜେଡି ଯୁବ ସଭାପତି ଅମ୍ବୁଜ କୁମାର ଧଙ୍ଗଡା ମାଝି,ଦିଲିପ ରାଉତ, ବିଘ୍ନରାଜ ପଣ୍ଡା, ସତ୍ୟନାରାୟଣ ଅଗ୍ରୱାଲ, ଶତୃଘ୍ନ ରାଉତ, ଅନିଲ ସାହୁ, ମସିମ ଖାଁ, ଭୁବନେ ଦଳପତି ତଥା ଜନ ସାଧାରଣ ଉପସ୍ଥିତ ରହି ଏହି ବନ୍ଦ ପାଳନକୁ ସଫଳ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.