ଓଏସଇଏଫଡ଼ି ସଂଘର ସାମ୍ବାଦିକ ସମ୍ମିଳନୀ

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସ୍ବତନ୍ତ୍ର ଶିକ୍ଷକ ପଦବୀକୁ ପୂରଣ ଏବଂ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ସଂରକ୍ଷଣ ପାଇଁ ଦାବି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରସଙ୍ଗରେ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୩ବର୍ଷ ମଧ୍ୟରେ ୪୫ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ହୋଇଥିବା ସ୍ଥଳେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ଆଲୋଚ଼ନା ହୋଇଥିବାରୁ ଓଏସଇଏଫଡ଼ି ସଂଘ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଓ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀମତୀ ଶାଳିନ ପଣ୍ଡିତଙ୍କ ସହ ଓଏସଇଏଫଡ଼ି ସଂଘର ଗାରିମାମୟ ଉପଦେଷ୍ଠା ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସଂଘ କୃତଜ୍ଞତାର ସହ ଧନ୍ୟବାଦ୍ ଜ୍ଞାପନ କରିଛି। ତତସହିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘ ମତରଖିଛି ଯେ, ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ପ୍ରାଥମିକ ଶ୍ରେଣୀରେ ୧୦:୧ ଏବଂ ମାଧ୍ୟମିକ ତଥା ଉଚ୍ଚ ମାଧ୍ୟମିକ ଶ୍ରେଣୀରେ ୧୫:୧ ସ୍ୱତନ୍ତ୍ର ଶିକ୍ଷକ ଏବଂ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଅନୁପାତରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁସାରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ସର୍ତ୍ତାବଳି ଅନୁସାରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିକୁ ତ୍ବରାନ୍ବିତ କରିବା ସହ ଅବଶ୍ୟକିୟ ସମ୍ପୂର୍ଣ୍ଣ ପଦବୀକୁ ପୂରଣ କରିବାକୁ ସଂଘର ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ବେହେରା ଦାବି ରଖିଛନ୍ତି।ଏଥିସହିତ ଜାତୀୟ ଶିକ୍ଷା ନୀତି ୨୦୨୦କୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଶିକ୍ଷାରେ ଡିପ୍ଲୋମା ଓ ବି.ଇଡ଼ି କରିଥିବା ବ୍ୟକ୍ତି ମାନେ ଉଭୟ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଓ ସାଧାରଣ ବିଦ୍ୟାର୍ଥୀମାନଙ୍କୁ ପାଠପଢ଼ାଇବାକୁ ସମ୍ପୂର୍ଣ୍ଣରୂପେ ପ୍ରଶିକ୍ଷିତ ଏବଂ ଯୋଗ୍ୟ ବିବେଚିତ ଅଟନ୍ତି ତେଣୁ ଆଗାମୀ ଦିନରେ ନିଯୁକ୍ତି ହେବାକୁ ଥିବା କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରଖାଯାଉ ବୋଲି ସଂଘର ସଂପାଦକ ଆୟୁଷ୍ମାନ ଚୌଧୁରୀ ସରକାରଙ୍କୁ ଅନୁରୋଧ କରିଥିଲେ ଏବଂ ମହାମାରୀ କରୋନା ପରଠାରୁ ସଠିକ ସମୟରେ ଓଡ଼ିଶାରେ ଓଡ଼ିଶା ଶୈକ୍ଷିକ ଯୋଗ୍ୟତା ପରୀକ୍ଷା ନ ହେଉଥିବାରୁ ସ୍ବତନ୍ତ୍ର ଶିକ୍ଷାରେ ଡିପ୍ଲୋମା ଓ ବି.ଇଡ଼ି କରି ଓଡ଼ିଶା ଶୈକ୍ଷିକ ଯୋଗ୍ୟତା ପରୀକ୍ଷାରେ କୃତକାର୍ଯ୍ୟ ହୋଇନଥିବା କନିଷ୍ଠ ଶିକ୍ଷକ ଆଶାୟୀ ମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥାକୁ କରିବାକୁ ସଂଘ ରାଜ୍ୟ ଉପସଭାପତି ଶ୍ରୀ ବିଶ୍ଵବିଜୟୀ ଦାଶ ଓ ସଂଗଠକ ଅଶ୍ୱିନୀ ମୁଦୁଲି ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.