ବାଲେଶ୍ୱର ମହାବୀର ଆଖଡ଼ା ସଂଘର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ରକ୍ତଦାନ ଶିବିର ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁଷ୍ଠିତ ହେଲା ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ମଠସାହି ଲଣ୍ଢାଗୋସ୍ୱାମୀ ମଠ ପ୍ରାଙ୍ଗଣରେ ଗତକାଲି ମହାବୀର ଆଖଡ଼ା ସଙ୍ଘର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ସଭାପତି ଗୋପୀନାଥ ଶତପଥିଙ୍କ ସଭାପତିତ୍ୱରେ ସଙ୍ଘ ତରଫରୁ ଆସନ୍ତା ଶୁକ୍ରବାର ହରଗଙ୍ଗା ପୋଖରୀ ପାଖରେ ବୃକ୍ଷରୋପଣ ଏବଂ ରବିବାର ଦିନ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି ସ୍ଥିର କରାଗଲା। ଏହି ବୈଠକରେ ସମ୍ପାଦକ ମନୋଜ ଦାସ, ଉପସଭାପତି ମନୋଜ ରାଉତ, ପଦ୍ମଲୋଚନ ଲେଙ୍କା, କାର୍ଯ୍ୟକର୍ତା ରାମେଶ୍ୱର ବେହେରା, ଦେବବ୍ରତ ପାଣିଗ୍ରାହୀ, ଅର୍ଚନା ନନ୍ଦୀ, ସେକ ଜନ୍ନତ ହୁସେନ, ଲମ୍ବୋଦର ବେହେରା, ଶ୍ରୀମନ୍ତ ମାଝୀ, ଆଶ୍ରିତା ତରେଇ, ହେମଲତା ଦାସ, ବୈଲୋଚନ ଦାଶ, ବାସନ୍ତୀ ନାୟକ, ଭାରତ ଭୂଷଣ ଦାସ, ରାଜେନ୍ଦ୍ର ଦାସ, ସିମନ ଦାସ ମହାପାତ୍ର, ବିଜୟ ପଳେଇ, ସତ୍ୟନ୍ଦ୍ର ଦାସ, ରବୀନ୍ଦ୍ର ବେହେରା, ଦେବେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.