ରାତିରେ ନାବାଳିକାର ତଣ୍ଟିକାଟି ଯୁବକ ଫେରାର, ପୋଲିସର ତନାଘନା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୈାଡ): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବର୍ହା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ମାୟାବର୍ହା ଗାଁର ଜଣେ ନାବାଳିକା ଝିଅର ତଣ୍ଟି କାଟି ଜଣେ ଯୁବକ ଫେରାର ହୋଇଯାଇଛନ୍ତି। ନାବାଳିକାଙ୍କୁ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ପରିବାର ଲୋକ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ତୁରନ୍ତ ଆଣିଥିଲେ। ତାଙ୍କ ବେକରେ ଜୋର ଆଘାତ ଲାଗିଛି। ବେକରୁ ପ୍ରଚୁର ରକ୍ତ ବହୁଛି। ସେପଟେ ଝିଅର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏନେଇ ପରିବାର ଲୋକ ଯୁବକ କାହିଁକି ଏମିତି କଲା ଏହା ପଛରେ ପ୍ରେମ ସମ୍ପର୍କ ନା ଆଉ କିଛି କାରଣ ରହିଛି ପଚାରିବାରୁ ଜାଣି ନ ଥିବା କହିଛନ୍ତି। ପରିବାର ଲୋକେ ଯୁବକଙ୍କୁ ଗିରଫ କରିବା ପାଇଁ ଦାବି ଜଣାଇଛନ୍ତି। ଯୁବକଙ୍କ ନାଁ ଜଣା ପଡ଼ି ନ ଥିବା ବେଳେ ଝିଅର ମାଆଙ୍କ ପରିବାର ସମ୍ପର୍କୀୟ ବୋଲି ଜଣାପଡ଼ିଛି। ଯୁବକ ଜଣକ ନିକଟ ଗାଁ ପଣ୍ଡରିପାଲିର ବୋଲି ପରିବାର ଲୋକେ କହିଛନ୍ତି। ଅନ୍ୟପଟେ ପୋଲିସ ପ୍ରାଥମିକ ତଦନ୍ତ କରି ଯୁବକ ଜଣକ ଝିଅର ମାମୁ ପୁଅ, ଝିଅ ଓ ପୁଅର ପ୍ରେମ ସମ୍ପର୍କ ଥିବା ପୋଲିସ ଅନୁମାନ କରୁଛି। ପ୍ରେମ ସମ୍ପର୍କରୁ ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ କିଛି ସ୍ପଷ୍ଟ ହେଉଥିବା ଅନୁମାନ କରାଯାଉଛି। ପୋଲିସ ଅଧିକ ତଦନ୍ତ ଜାରି ରଖିବା ସହିତ ଯୁବକଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ୍‌ ତନାଘନା କରୁଥିବା ସଦର ଥାନାଧିକାରୀ ରାଜ କୁମାର ବିଶାଳ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.