ଲକ୍ଷ୍ମୀ ବିକାଶ ଅନୁଷ୍ଠାନ ଠାରେ ଇଣ୍ଡିଆ ବୁକ୍ ଅଫ ରେକର୍ଡ ଦ୍ୱାରା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଲକ୍ଷ୍ମୀ ବିକାଶ ନର୍ସିଂ କଲେଜ ଭବାନୀପାଟଣାର ପ୍ରୟାସରେ ଇଣ୍ଡିଆ ବୁକ୍ ଅଫ ରେକର୍ଡ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ଶିକ୍ଷାବିଦ, ଚିକିତ୍ସକ ଓ ସମ୍ମାନନୀୟ ବ୍ୟକ୍ତିତ୍ୱମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ବିକାଶ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡା. ଆଦିତ୍ୟ କୁମାର ପଟ୍ଟନାୟକ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ସମ୍ବଲପୁରୀ ଲୋକନୃତ୍ୟ ପ୍ରସ୍ତୁତିରେ ଛାତ୍ରଛାତ୍ରୀମାନଙ୍କ ମନୋହର ପ୍ରଦର୍ଶନ ଦର୍ଶକମାନଙ୍କୁ ମୋହିତ କରିଥିଲା। ଲକ୍ଷ୍ମୀ ବିକାଶ ଅନୁଷ୍ଠାନର ନିର୍ଦ୍ଦେଶକ ଡି. ରାମ କୁମାର ଓ ନିର୍ଦ୍ଦେଶକ ଡି. ଶ୍ୟାମ ତାଙ୍କ ଉଦ୍ବୋଧନାରେ ନର୍ସିଂ ଓ ସ୍ୱାସ୍ଥ୍ୟ ଶିକ୍ଷାର ଗୁରୁତ୍ୱକୁ ଉଲ୍ଲେଖ କରିଥିଲେ। ଡା. ପ୍ରବୀଣ କୁମାର ସାହୁ, ସହାୟକ ପ୍ରୋଫେସର ଓ ବିଭାଗର ମୁଖ୍ୟ, ସାଇକିଆଟ୍ରି ବିଭାଗ, ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ୍ ଏଣ୍ଡ ହସ୍ପିଟାଲ, କଳାହାଣ୍ଡି ମାନସିକ ସ୍ୱାସ୍ଥ୍ୟରେ ନର୍ସିଂ ସେବାର ଭୂମିକା ବିଷୟରେ ଉଲ୍ଲେଖନୀୟ ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଡା. ଗୌରବ ପ୍ରିୟଦର୍ଶୀ ପୁରସ୍କାର ଘୋଷଣା କରି ସହଭାଗୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିମାନଙ୍କୁ ଲକ୍ଷ୍ମୀ ବିକାଶ ନିର୍ଦ୍ଦେଶକ, ଏକାଦେମିକ ଇନଚାର୍ଜ, ପରିଚାଳନା କମିଟି ସଦସ୍ୟ ଦ୍ଵାରା ସମ୍ମାନିତ କରାଗଲା। ଶେଷରେ ବିକାଶ ଇନଷ୍ଟିଚ୍ୟୁଟ ଅଫ.ଆଇ.ଟି ଏଣ୍ଡ ମ୍ୟାନେଜମେଣ୍ଟ ଡା. ସୁଦୀପ୍ତ କୁମାର ଜାନା ଧନ୍ୟବାଦ ଜ୍ଞାପନ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.