ଜୟପାଟଣାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଜୟପାଟଣା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସିଦ୍ଧାନ୍ତ ମୁଣ୍ଡଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ବନାଥ ରାଉତ ଯୋଗ ଦେଇଥିବା ବେଳେ ଏହି ଶିବିରରେ ୪୧୪ ହିତାଧିକାରୀ ପଞ୍ଜୀକରଣ କରିଥିଲେ।ଏହି ଅବସରରେ ଜୟପାଟଣା ପଞ୍ଚାୟତର ସମିତି ସଭ୍ୟାଙ୍କ ପ୍ରତିନିଧି ପ୍ରକାଶ ଦୁରିଆ, ସନ୍ତୋଷ କୁମାର ରାଉତ, ପ୍ରମୁଖ ଉପସ୍ଥିତ ରହି ୧୦ଜଣ ଭିନ୍ନକ୍ଷମଙ୍କୁ ହ୍ବିଲ ଚ୍ୟାର୍ ବଣ୍ଟନ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.