ରୁପ୍ରାରୋଡ ଦ୍ରୋଣାଚାର୍ଯ୍ୟ ସ୍କୁଲରେ ଗୁରୁଦିବସ ପାଳନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ଦ୍ରୋଣାଚାର୍ଯ୍ୟ ସ୍କୁଲରେ ଗୁରୁ ଦିବସ ପାଳିତ ହୋଇଯାଇଛି। ସ୍କୁଲର ପ୍ରିନ୍ସପାଲ କୈଳାସ ସା ପ୍ରଥମେ ଦୀପ ପ୍ରଜ୍ବଳନ କରି ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବିଦ୍ୟୁତ ବିଭାଗର ଏସଡିଓ ଦେବୀ ପ୍ରସାଦ ଦିଖିତ ଯୋଗଦେଇ ଗୁରୁ ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ଶିକ୍ଷକ ରୋମାଞ୍ଚଳ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷୟତ୍ରୀ ଅର୍ଚ୍ଚନା କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ  ସ୍କୁଲ ତରଫରୁ ଖାତା, ପେନସିଲ ଏବଂ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.