ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ମା’ର ଜୀବନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବଡଧାରପୁର ଗ୍ରାମ ପଞ୍ଚାୟତର ସାନଧାରପୁର ଗ୍ରାମରେ ପୁଅ ମା’କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଭଳି ଘଟଣା ଦେଖିବାକୁ ମିଳିଛି । ଘଟଣା ଟି ଘଟିଛି ମଙ୍ଗଳବାର ଅପରାହ୍ନ ୨ ଟା ବେଳେ । ସାନଧାରପୁର ଗ୍ରାମର ଭୁବନ ବିଶ୍ୱାଳ(୩୦) କୌଣସି କାରଣକୁ ନେଇ ତାଙ୍କ ଘରେ କୋଠରୀ ବନ୍ଦ କରି ନିଜ ମା କଳ୍ପନା ବିଶ୍ୱାଳ (୫୬)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଭଳି ଲୋମ ହର୍ଷଣ କାରୀ ହତ୍ୟାକାଣ୍ଡ ସଂଘଟିତ ହୋଇଛି । ଗ୍ରାମବାସୀଙ୍କ ଠାରୁ ଖବର ପାଇ ନର୍ଲା ଓ କେସିଙ୍ଗା ପୋଲିସ ଅପରାହ୍ନ ୪ ଟା ବେଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଖୁନି ଆସାମିକୁ ଧରିବାରେ ସକ୍ଷମ ହୋଇପାରି ନଥିଲେ । ଭବାନୀପାଟଣାରୁ ରିଜର୍ଭ ପୋଲିସ ଫୋର୍ସ ଆସିବା ପରେ ମର୍ଡର ହୋଇଥିବା କୋଠରୀର କବାଟ ଭାଙ୍ଗି ଭିତରେ ପଶି ଖୁନି ଆସାମୀକୁ କରାୟତ କରି ଥାନାକୁ ନେଇ ଆସିଥିବା ଜଣାପଡିଛି । ନିଜ ଜନ୍ମ କଲା ମା’ର ମୁଣ୍ଡକୁ ଟାଙ୍ଗିଆ ଚୋଟରେ ଖିନଭିନ କରି ଖୁନି ହାଣିବା ସହିତ ଦେହରେ ମଧ୍ୟ ଅନେକ ସ୍ଥାନରେ ଟାଙ୍ଗିଆ ଚୋଟ ମାରିଥିବା କୁହାଯାଉଛି । ପୁଲିସ ଆସାମୀକୁ ଗିରଫ କରିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.