ରାସ୍ତା ପାଇଁ ରାସ୍ତାରୋକ ଚେତାବନୀ

ଏସପି କାର୍ଯ୍ୟାଳୟର ଦ୍ୱାରସ୍ତ ହେଲେ ପୋଖରୀବନ୍ଧ ପଞ୍ଚାୟତବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତର ୧୭ଗୋଟି ଗାଁର ଲୋକେ ରାସ୍ତା ଖଣ୍ଡିକ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତଳୁ ଉପର ଯାଏଁ ସମସ୍ତଙ୍କୁ ଗୁହାରି କରି ଥକିଗଲେଣି। କେହି ଶୁଣୁନାହାନ୍ତି। ଶେଷରେ ଅନ୍ୟ ଉପାୟ ନପାଇଁ ନେଇଛନ୍ତି ଚରମ ନିଷ୍ପତ୍ତି। ରାସ୍ତା ପାଇଁ ଆସନ୍ତା ୨୨ ତାରିଖ ଦିନ କରିବେ ରାସ୍ତାରୋକ। ଏଥିପାଇଁ ଗାଁ ଗାଁରେ ଚାଲିଛି ଜୋରଦାର ପ୍ରସ୍ତୁତି। ଏନେଇ ଲାଞ୍ଜିଗଡ଼ ତହସିଲଦାରଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିବାବେଳେ ଲାଞ୍ଜିଗଡ଼ ବିଡିଓ, ବିଶ୍ୱନାଥପୁର ଥାନାଧିକାରୀଙ୍କୁ ମଧ୍ୟ ଜଣାଇ ଦିଆଯାଇଛି। ଏପରିକି ଆଜି ସନ୍ଧ୍ୟାରେ ଏହିସବୁ ଅଞ୍ଚଳବାସୀ ଏସପିଙ୍କ କାର୍ଯ୍ୟାଳୟକୁ ଯିବାସହିତ ଦାବି ସମ୍ପର୍କରେ ଅବଗତ କରାଇଛନ୍ତି। ଆସନ୍ତା ୨୨ ତାରିଖ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆନଗଲେ ୬ ନମ୍ବର ରାଜ୍ୟ ରାଜପଥ ପୋଖରୀବନ୍ଧରେ ରାସ୍ତାରୋକ ଅନିବାର୍ଯ୍ୟ ବୋଲି ସେମାନେ ଚେତାଇଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.