ଡ଼ଙ୍ଗରିଆ ଗ୍ରାମ ଗୁଡ଼ିକରେ ସୋଲାର ବଦଳରେ ବିଦ୍ୟୁତ ସଂଯୋଗ ନିମନ୍ତେ ଜିଲ୍ଲାପାଳଙ୍କୁ ଗୁହାରି

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କଲ୍ୟାଣ ସିଂହପୁର ବ୍ଲକ ପାର୍ସାଲି ଓ ସୁନାଖଣ୍ଡି ପଞ୍ଚାୟତ ର ୧୭ଗୋଟି ଗ୍ରାମରେ ଡ଼ଙ୍ଗରିଆ ଜନଜାତି ଲୋକମାନେ (PVTG) ଅଞ୍ଚଳରେ ବାସ କରିଆସୁଛନ୍ତି l ସରକାର ସେମାନଙ୍କ ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ଆଯିବି ଡ଼ଙ୍ଗରିଆ ମାନେ ମୌଳିକ ସୁବିଧାରୁ ବଂଚିତ l ଏହି ଅଞ୍ଚଳ ରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ତଥା ବିଶୁଦ୍ଧ ପାନୀୟ ଜଳ ଓ ବିଦ୍ୟୁତ ସେବା ର ଅଭାବ ରହିଛି l ସ୍ୱାଧୀନତାର ୭୯ ବର୍ଷ ବିତିଗଲେ ସୁଦ୍ଧା ଏମାନେ ଏବେବି ପୂର୍ଣ୍ଣିମାର ଜହ୍ନ ଆଲୁଅରେ ନିଜର ଜୀବନ ଯାପନ କରୁଛନ୍ତି l ରାତ୍ରିର କିଟି କିଟି ଅନ୍ଧକାରରେ ଏମାନେ କିପରି ରହୁଛନ୍ତି ତାହା ଅନୁଭବି ହିଁ କହିପାରିବେ l ବିଦ୍ୟୁତ ନ ଥିବାରୁ ଅନ୍ଧାରରେ ବହୁ ଲୋକଙ୍କ ସାପ ତଥା ବିଷାକ୍ତ କୀଟ, ହାତୀ ଆକ୍ରମଣ ରେ ଜୀବନ ଚାଲିଯାଇଛି l ତୁରନ୍ତ ଏହି ଗ୍ରାମ ଗୁଡିକରେ ବିଦ୍ୟୁତ ସଂଯୋଗ କରିବା ପାଇଁ ସୁନାଖଣ୍ଡି ଓ ପାର୍ସାଲୀ ପଞ୍ଚାୟତର ଡ଼ଙ୍ଗରିଆ ମାନେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଭେଟି ଗୁହାରି ଜଣାଇଥିଲେ l କିଛି ଗ୍ରାମରେ ସୋଲାର ବ୍ୟବସ୍ଥା କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି କିନ୍ତୁ ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି ଯେ ବର୍ଷା ତଥା ଶୀତ ଦିନ ରେ ସୋଲାର ଲାଇଟ ମୋଟେ ଜଳୁନି ତେଣୁ ଆମକୁ ବିଦ୍ୟୁତ ସଂଯୋଗ କରାଇ ଦିଆଯାଉ l ଜିଲ୍ଲାପାଳ ଅତି ଶୀଘ୍ର ଉକ୍ତ ଅଞ୍ଚଳରେ ବିଦ୍ୟୁତ ବ୍ୟବସ୍ତା କରାଯିବ ବୋଲି ପ୍ରତିଶୃତି ଦେବା ସହ ରାୟଗଡା ଜିଲ୍ଲାର ପ୍ରତ୍ୟେକ ( PVTG ) ଗ୍ରାମ ଗୁଡିକରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ଉନୟନ ମୂଳକ କାର୍ଯ୍ୟ କରାଯିବ ବୋଲି କୃଷ୍ଣ ଶିକକା, ବିକାଶ ବାଗ, ମହେଶ୍ୱର କାଡ୍ରାକା, ସୁବାରାଓ ଟାକ୍ରୀ ତଥା ଅନ୍ୟାନ୍ୟ ଗ୍ରାମବାସି ମାନଙ୍କୁ କହିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.