ଆଇ.ସି.ଏମ୍.ଏସ୍. ଇନଷ୍ଟିଚ୍ୟୁଟ୍ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଇ.ସି.ଏମ୍.ଏସ୍. ଇନଷ୍ଟିଚ୍ୟୁଟ୍, ଭବାନୀପାଟଣା ତରଫରୁ ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ ସେଣ୍ଟେନେରୀ ହଲରେ ଅନୁଷ୍ଠିତ ଉକ୍ତ ‘ୱେଲକମ-କମ୍-ଓରିଏଣ୍ଟେସନ୍ ପ୍ରୋଗ୍ରାମ୍’ରେ ପ୍ରତିଷ୍ଠାନର ଦୃଷ୍ଟିକୋଣ, ସଂସ୍କୃତି ଏବଂ ଶିକ୍ଷାଗତ ପରିବେଶ ସହିତ ଛାତ୍ରଛାତ୍ରୀଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଉଦ୍ଘାଟନୀ ଅଧିବେଶନରେ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ପରେ ସଂସ୍ଥାର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସାହୁ ଏବଂ ଉପଦେଷ୍ଟା ମନୋଜ କୁମାର ସାହୁ ସ୍ୱାଗତ ଇନଷ୍ଟିଚ୍ୟୁଟର ଇତିହାସ, ସଫଳତା ତଥା ଭବିଷ୍ୟତ ଯୋଜନା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ନର୍ଲା ଏ.ବି.ଇ.ଓ. ସୁଢଳଦେବ ମୁଣ୍ଡ ମଧ୍ୟ ପ୍ରେରଣାଦାୟକ ବକ୍ତବ୍ୟ ଦେଇଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଏକ ଆଲୋଚନାଚକ୍ର, ଯେଉଁଥିରେ ବିଭିନ୍ନ କ୍ଷେତ୍ରରେ ଖ୍ୟାତନାମା ଶିକ୍ଷାବିତମାନେ ଯୋଗଦେଇ ନବାଗତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ଶୃଙ୍ଖଳା ଓ କ୍ୟାରିଅର୍ ଗଠନ ପାଇଁ ମାର୍ଗଦର୍ଶନ କରିଥିଲେ।

ଏଥିରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା, ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ପ୍ରଫେସର ଡ. ନିରଞ୍ଜନ ଶବର, ଇ.ଟି.ଏଣ୍ଡ୍ ଟି କମ୍ପ୍ୟୁଟର ଏଜୁକେସନର ସତୀଶ କୁମାର ପଣ୍ଡା, ଉତ୍କଳ ବିଶ୍ୱବିଦ୍ୟାଳୟର ବାୟୋ-ଟେକନୋଲୋଜି ପ୍ରଫେସର ଡ. ସନାତନ ମାଝୀ ଏବଂ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଡେପୁଟି ରେଜିଷ୍ଟ୍ରାର୍ ତଥା ଇଂରାଜୀ ବିଭାଗ ମୁଖ୍ୟ ମେଜର୍ ଡ. ଜୟଦେବ ସାହୁ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ପ୍ରତିଷ୍ଠାନଦ୍ୱାରା ରାୟପୁରର MATS University ସହ ଯୋଗାଯୋଗରେ ଆରମ୍ଭ ହୋଇଥିବା ଡିଷ୍ଟାନ୍ସ କୋର୍ସ୍ ଏବଂ ଆଇ.ସି.ଏମ୍.ଏସ୍.ର ୱେବସାଇଟ୍ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ କ୍ୟାମ୍ପସ୍ ସୁବିଧା, କାଉନ୍ସେଲିଂ ସେବା, କ୍ୟାରିଅର୍ ଗାଇଡେନ୍ସ, ନିୟମାବଳୀ ଏବଂ ଆଚରଣ ସଂହିତା ବିଷୟରେ ବିସ୍ତୃତ ଧାରଣା ଦିଆଯାଇଥିଲା।

‘Student Life @ ICMS’ ଶୀର୍ଷକ ଏକ ବିଶେଷ ଅଧିବେଶନରେ ଛାତ୍ରଛାତ୍ରୀମାନେ ନିଜସ୍ଵ ଆଶା, ସ୍ୱପ୍ନ ଏବଂ ଅନୁଭୂତି ବର୍ଣ୍ଣନା କରିଥିଲେ। ଶେଷରେ ନବାଗତ ଛାତ୍ରୀ ପ୍ରିୟଙ୍କା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ଏଥିରେ ଶିକ୍ଷକ ନାରାୟଣ ସେଠିଆ, ପ୍ରିୟଙ୍କା ହିଆଳ, ସନ୍ୟାସୀ ଡାକୁଆ, ଦୁର୍ବଦଳ ପଟେଲ, ତୁଳାରାମ ମାଝୀ, ହିମାଂଶୁ ମେହେର, ଲୁଲୁ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.