ଗୋଲାମୁଣ୍ଡାଠାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ମହାଭାରତ ପଡିଆଠାରେ ୧୬ ତମ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୁଆଖାଇ ଭେଟଘାଟ କମିଟି ସଭାପତି ସାଉଲ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ଗଉନ୍ତିଆ ସୁବାଶ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୁଆଖାଇ ଭେଟଘାଟର ବିଷୟରେ ବିଷଦ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସମାଜସେବୀ ପ୍ରସନ୍ନ ରାଉତ, ଅନିଲ ମଲ୍ଲିକ, ଲମ୍ବୋଦର ଜାଲ, ସୁଧିର ଖର୍ସେଲ, ବିଟୋ ମାଝୀ, ମିନିକେତନ ସେଠି, କୃଷ୍ଣ ମୁଣ୍ଡ, ମଧୁ ସୁଦନ ଚଲାନ, ଅଗସ୍ତି ମାଝୀ, କୁମର ରଣା, ପିତାମ୍ବର ଖର୍ସେଲ, ଜଗଦିଶ ପଟେଲ, ମୁରଲି ମାଝୀ, ରମେଶ ଅଗ୍ରୱାଲ, ଘନ ରଣା, କେଶରି ବଡକିଆ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଅବସରରେ ବିଗତ ଦିନରେ କଳାହାଣ୍ଡି ଜିଲ୍ଲାର ଅନେକ ସମସ୍ୟାକୁ ନେଇ ଗୋଲାମୁଣ୍ଡାରୁ ଏକ ପଦଯାତ୍ରୀ ଦଳ ଜନ ସଂଗ୍ରାମ ସମିତି ଜିଲ୍ଲା ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ସଂପାଦକ ଅନିଲ କୁମାର ମଲ୍ଲିକ, କେଶବ ମାଝୀ, ଅସାରୁ ମାଝୀ, ଚିତ୍ର ମାଝୀ, ସଦାନନ୍ଦ ମାଝୀ, ଦୁର୍ବଲ ମାଝୀ, ପର୍ଶୁରାମ ମାଝୀ, ମଗର ମାଝୀ, ଗୌରାଙ୍ଗ ମାଝୀ, ନିଳାମ୍ବର ମାଝୀ, ଭୁମିତ ମାଝୀ, ଯୁଧିଷ୍ଠୀ ମାଝୀ, ତିଳରାମ ମାଝୀ, ଜୟରାମ ମାଝୀ, ଲମ୍ବୋଦର ଜାଲ ପ୍ରମୁଖ ଭୂବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା କରି ସେଠାରେ ରଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲା । ଏହି ପଦଯାତ୍ରି ଦଳକୁ କମିଟି ପକ୍ଷରୁ ସର୍ମ୍ଭଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରେ ମଞ୍ଚ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.