ଶିଶୁ ସୈନିକ ସ୍କୁଲରେ ‘ଏକ ପେଡ଼ ମା’କେ ନାମ’ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସଇଁତଳା ବ୍ଲକ ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଆଇନଜୀବୀ ଗୌରଚନ୍ଦ୍ର ରାଜପଲିଆଙ୍କ ଅଧ୍ୟକ୍ଷତା ଓ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ସଂଯୋଜନାରେ ‘ଏକ ପେଡ଼ ମା’କେ ନାମ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ଟିକ୍ରାପଡ଼ାର ପରିଚାଳକ ପ୍ରଶାନ୍ତ କୁମାର ନାଏକ ମୁଖ୍ୟ ଅତିଥି, ସାମାଜିକ କର୍ମୀ ଅରକ୍ଷିତ କଲେତ, ସାମ୍ବାଦିକ ରମାକାନ୍ତ ରାଜପଲିଆ, ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟ ପିତାମ୍ବର ବାଗ, ଏମବିକେ ପ୍ରମଦା ରାଜପଲିଆ, ସିଆରପିସିଏମ ସନ୍ତୋଷିନୀ ରାଜପଲିଆ, ଇସି ସଭ୍ୟା ଭାରତୀ ବାଗ, ମା’ ସମଲେସ୍ୱରୀ ଏସଏଚଜି ସଭ୍ୟା ସୁମିତ୍ରା ରାଜପଲିଆ, କାନ୍ତି ହାତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ଏହି ଅବସରରେ ଅତିଥିଗଣ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଗଣ ଚାରା ରୋପଣ କରିଥିଲେ | ଶେଷରେ ଶିକ୍ଷୟିତ୍ରୀ ବୈଜୟନ୍ତି କାଲସାଏ ଧନ୍ୟବାଦ ଅର୍ପଣ କରିଥିଲେ | ଶିକ୍ଷୟିତ୍ରୀ ଲକ୍ଷ୍ମୀ ମହାକୁର, ଶ୍ରଦ୍ଧାଞ୍ଜଳି ଦାଶ, ସାବିତ୍ରୀ ରାଜପଲିଆ, ଭାର୍ଗବୀ ରାଜପଲିଆ, ସଙ୍ଗୀତା ବାଗ, ବନ୍ଦନା ରଣା, ଶିକ୍ଷକ ଦିଲ୍ଲୀପ ମିର୍ଦ୍ଧା, ନବକିଶୋର ନାଗ, ପ୍ରହ୍ଲାଦ ସିନ୍ଧ୍ରୀଆ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.