ଅମର ଯୁକ୍ତତିନି ମହାବିଦ୍ୟାଳୟରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ସ୍ଥିତ ଅମର ଯୁକ୍ତତିନି ମହାବିଦ୍ୟାଳୟ ପରିସରରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ନବୀନ କୁମାର ପଧାନ, ଇଂରାଜୀ ଅଧ୍ୟାପକ ଶ୍ରୀ ରବୀନ ନନ୍ଦ, ଓଡ଼ିଆ ଅଧ୍ୟାପିକା ଶ୍ରୀମତୀ ସସ୍ମିତା ସାହୁ, ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ରାଜେନ୍ଦ୍ର ଗହୀର, ଯୁବ ସ୍ବେଛାସେବୀ ତଥା ପ୍ରକୃତିବନ୍ଧୁ ଶ୍ରୀ ସନତ କୁମାର ସାହୁ ଉପସ୍ଥିତିରେ ମା ପ୍ରତି ସମ୍ମାନ ଓ ଧରିତ୍ରୀ ମା ସୁରକ୍ଷା ଉଦେଶ୍ୟରେ ଗଛଟିଏ ଲଗାଇଥିଲେ। ଏଥିରେ ଅମର ଯୁକ୍ତତିନି ମହାବିଦ୍ୟାଳୟ ଏନଏସଏସ ଛାତ୍ର ଛାତ୍ରୀ,କଳାରୁଦ୍ର ଯୁବକ ସଂଘ ହଜାରୀପଡାର ଉପସଭାପତି କବିରାଜ ସାହୁ, କୋଷାଧକ୍ଷ ହରପ୍ରସାଦ ସାହୁ, ହରଗୌରୀ ଯୁବକ ସଂଘର ସଭାପତି ଯୁଗେଶ ଚନ୍ଦ୍ର ଜାନୀ ସହଯୋଗ କରିଥିଲେ। ଶେଷରେ ଉପସ୍ଥିତ ଥିବା ସମସ୍ତ ଛାତ୍ର ଛାତ୍ରୀ ଓ କର୍ମକର୍ତ୍ତା ମାନଙ୍କୁ ପ୍ରକୃତିବନ୍ଧୁ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.