ଓଡ଼ିଆ ବାର୍ତ୍ତା/ ଚିଲିକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ “ଏକ୍ ପେଡ୍ ମା’ କେ ନାମ” ୨.୦ ଅଭିଯାନରେ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝିଙ୍କ ଆହ୍ଵାନ କ୍ରମେ ରାଜ୍ୟ ସରକାର ସମଗ୍ର ଓଡ଼ିଶାରେ ୭୫ ଲକ୍ଷ ବୃକ୍ଷରୋପଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ସ୍ଥିତ ତୁମ୍ବୁରାପୁଟ ଗ୍ରା:ପ ଅନ୍ତର୍ଗତ ପ୍ରତାପ ଗ୍ରାମରେ ଶାଳିଆ ନଦୀ ବ୍ରିଜର ଉଭୟ ପାର୍ଶ୍ବ ଓ କୁଲେଇ ଗ୍ରାମ ପଞ୍ଚାୟତ ପରିସରରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ ବୃକ୍ଷରୋପଣ କରିଥିଲେ। ପରିବେଶ ଓ ପ୍ରକୃତିର ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେଇ ପାରିଲେ, ଆମ ଅଞ୍ଚଳ ଆହୁରି ସୁନ୍ଦର ହୋଇପାରିବ ବୋଲି ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଭାଜପା ରାଜ୍ୟ ପରିଷଦ ସଭ୍ୟ ତଥା ପୂର୍ବତନ ବାଣପୁର ବ୍ଲକ ଅଧ୍ୟକ୍ଷ ମାଧବ ଦଳାଇ, ଜିଲ୍ଲା ଭାଜପା ଓବିସି ମୋର୍ଚ୍ଚା ସଭାପତି ଭଗବାନ ପ୍ରଧାନ, କୁଲେଇ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ବେହେରା, ନାଏବ ସରପଞ୍ଚ ଜୟକୃଷ୍ଣ ପ୍ରତିହାରୀ, ବିଜେପି କାର୍ଯ୍ୟକର୍ତ୍ତା ଛବି ଶାସମଲ, ରମେଶ ପ୍ରଧାନ, ଦୀପକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।