ସାହିତ୍ୟ ଅକାଦେମିର କାର୍ଯ୍ୟକ୍ରମରେ ଆମେରିକୀୟ କବି

କବିତାର ଭାଷା ବିଶ୍ୱର ସବୁ ମଣିଷ ବୁଝିପାରନ୍ତି: ବବ୍ ହଲମ୍ୟାନ

ଓଡ଼ିଆ ବାର୍ତ୍ତା/ କୋଲକାତା: ସାହିତ୍ୟ ଅକାଦେମି କୋଲକାତା ପ୍ରେକ୍ଷାଳୟରେ ଏକ ସ୍ୱତନ୍ତ୍ର କବିତା ପାଠ ଏବଂ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବରେ ଯୋଗ ଦେଇଥିଲେ ବିଶିଷ୍ଟ ଆମେରିକୀୟ କବି ବବ ହଲମ୍ୟାନ୍ ।

Omkar Vasthu
Omkar Vasthu

କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ସାହିତ୍ୟ ଅକାଦେମି କୋଲକାତା କାର୍ଯ୍ୟଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ ଏବଂ ସଭାପତିତ୍ୱ କରିଥିଲେ ବିଶିଷ୍ଟ ବଙ୍ଗଳା କବି ସୁବୋଧ ସରକାର ।

Pearl dental clinic
Near Ashish Medical Store, Bhawanipatna

ଶ୍ରୀ ସରକାର କହିଥିଲେ ଯେ ବବ ହଲମାନ ହେଉଛନ୍ତି ଜଣେ ଭିନ୍ନ ଧରଣର ମାନବବାଦୀ ସ୍ରଷ୍ଟା । ତାଙ୍କ କବିତାରେ ସେ ମାନବିକତାର ଜୟଗାନ କରିଥାନ୍ତି । ତାଙ୍କର ୨୨ଟି କବିତା ସଙ୍କଳନ ପ୍ରକାଶିତ । ସେ ମଧ୍ୟ ଏକାଧିକ ସଫଳ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।

Udyog Nursery
Udyogi Nursery

ସେ ନିଜକୁ ଉନ୍ମୁକ୍ତ ରଖିଥାନ୍ତି ସମଗ୍ର ବିଶ୍ୱ ସହ ବାର୍ତ୍ତାଳାପ କରିବାକୁ । ତାଙ୍କ କବିତା ଯେତିିକି ସରଳ ସେତିକି ପ୍ରଭାବଶାଳୀ । ଆମେରିକା ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ତାଙ୍କର କବିତା ପରିବେଷିତ ହୋଇଛି ଏବଂ ଉଚ୍ଚ ପ୍ରଶଂସିତ ହୋଇଛି ।

ବବ ହଲମାନ ତାଙ୍କ କବିତାର ଯାତ୍ରା ଏବଂ କଥନ ଶୈଳୀର କବିତା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ସେ କହିଥିଲେ ଯେ, କବିତାଟିଏ ଲେଖିଦେଲା ପରେ ତାହା ଚୂଡ଼ାନ୍ତ ହୋଇଯାଲ ନାହିଁ । ବରଂ, ଥରକୁ ଥର ପଢ଼ିବା ସମୟରେ ସୁଦ୍ଧା ତାହାର ରୂପ ପରିବର୍ତ୍ତନ ହେଉଥାଏ ।

କବିତା ଲେଖିବା ଏବଂ ପରିବେଷଣ କରିବା ମୋ ପାଇଁ ଏକ ନିରନ୍ତର ପ୍ରକ୍ରିୟା । ଏଥିସହିତ ସେ ବହୁଚର୍ଚ୍ଚିତ କବିତା ଡାଇନୋସର ଏବଂ ୧୯୯୦ ପାଠ କରିଥିଲେ । ଶେଷରେ ଉପସ୍ଥିତ ଶ୍ରୋତାମାନଙ୍କର ବିଭିନ୍ନ ପ୍ରଶ୍ନର ସେ ଉତ୍ତର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବଙ୍ଗଳା, ଓଡ଼ିଆ ଏବଂ ଅହମିୟା ଭାଷାର ବହୁ ଲେଖକ ଲେଖିକା ଏବଂ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.