ଘରେ ଗଞ୍ଜେଇ ବେପାର କରିବା ପଡିଲା ମହଙ୍ଗା, ଜେଲ ଗଲେ ବୃଦ୍ଧା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବନ୍ଧପଡାର ଏକ ଘରେ ଗଞ୍ଜେଇ ବେପାର ଚାଲିଥିବା ବେଳେ ମାଡିବସିଲା ଜୟପାଟଣା ଅବକାରୀ ବିଭାଗ।ଏ ନେଇ ଜଣେ ୬୮ ବର୍ଷୀୟ ବୃଦ୍ଧା କାଞ୍ଚନ ସେଠୀକୁ ଗିରଫ କରି କୋର୍ଟ ଚାଳାଣ କରିଥିବା ସୁଚନା ମିଳିଛି। ପ୍ରାପ୍ତ ସୁଚନା ଅନୁଯାୟୀ ଜୟପାଟଣା ବନ୍ଧପଡାର ଏକ ଘରେ ଦୀର୍ଘ ଦିନରୁ ଚୋରା ଗଞ୍ଜେଇ ବିକ୍ରି ହେଉଥିବାବେଳେ କୋୖଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଧର୍ମଗଡ଼ ରେଞ୍ଜ ଇନସ୍ପେକ୍ଟର ସୁଧାଂଶୁ ମୁଣ୍ଡାଙ୍କ ନେତୃତ୍ୱରେ ଜୟପାଟଣା ଅବକାରୀ ଅଧିକାରୀ ନରେନ୍ଦ୍ର ମିଞ୍ଜ ସହ ତାଙ୍କ ଟିମ୍ ଆଜି କଞ୍ଚନଙ୍କ ଘରେ ଚଢ଼ାଉ କରିଥିଲା। ସୁଚନା ଅନୁଯାୟୀ ସେଠାରୁ ୫ କେଜି ଗଞ୍ଜେଇ ପାଇଥିବା ବେଳେ ଉକ୍ତ ଘଟଣାରେ କାଞ୍ଚନକୁ ଗିରଫ କରି କୋର୍ଟ ଚାଳାଣ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.