ବଡ଼ମାଲରେ ନୂତନ ଫାଣ୍ଡି ଅଧିକାରୀଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଡ଼ମାଳରେ ନୂତନ ଫାଣ୍ଡି ଅଧିକାରୀ ଭାବେ ମୁରଲୀଧର ସେଠି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ଲୋଇସିଂହା ଥାନାରେ ଏଏସଆଇ ଭାବେ କାର୍ଯ୍ୟ କରୁଥିଲେ। ବଡ଼ମାଳରେ କାର୍ଯ୍ୟରତ ହରେ କୃଷ୍ଣ ମାଝୀଙ୍କୁ ଲୋଇସିଂହାକୁ ବଦଳି କରାଯାଇଛି। ନୂତନ ଫାଣ୍ଡି ଅଧିକାରୀ ଭାବେ ଶ୍ରୀ ସେଠି ଦାଇତ୍ୱ ନେଇଛନ୍ତି। ଏହି ଅବସରରେ ସେଠିଙ୍କୁ ସ୍ୱାଗତ ସମ୍ବଦ୍ଧନା ଦିଆ ଯାଇଥିଲା। ତେବେ ବଡ଼ମାଳ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ଉଦ୍ୟମ କରିବା ସହ ସମସ୍ତ ପ୍ରକାର ଅପରାଧକୁ ନିୟନ୍ତ୍ରଣ କରି ପାଇଁ ଉଦ୍ୟମ କରିବି ବୋଲି ସେ କହିଛନ୍ତ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.