ଉଲିକୁପାରେ ଗ୍ରାମସଭା 

ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମରେ ଉଲିକୁପା ସମେତ ନର୍ଲା ବ୍ଳକର ୧୫ ଗୋଟି ଆଦିବାସୀ ଅଧ୍ୟୁସିତ ଗାଁ ସାମିଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେନ୍ଦ୍ର ସରକାରଙ୍କ ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମରେ ନର୍ଲା ବ୍ଳକର ୧୫ ଗୋଟି ଆଦିବାସୀ ଅଧ୍ୟୁସିତ ରାଜସ୍ବ ଗାଁ ସାମିଲ ହୋଇଛି। ଏହି କ୍ରମରେ ଉଲିକୁପା ଗାଁ ମଧ୍ୟ ଏଥିରେ ସାମିଲ ହୋଇଛି। ତେଣୁ ଉଲିକୁପା ଗ୍ରାମ ପଞ୍ଚାୟତ ପରିସରରେ ନର୍ଲା ଜୋନ-୨ ଜିଲ୍ଲାପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ସଭାପତିତ୍ବରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ପିଏଚଇଓ ବିମଲ କୁମାର ଦୀପ, ପିଇଓ ରୋହିତ କୁମାର ପଧାନଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ ସଭାରେ ଉଲିକୁପା ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭବାନି ପ୍ରସାଦ ନାଏକ, ଅଙ୍ଗନୱାଡି କର୍ମୀ ପୂର୍ଣ୍ଣମି ସାହୁ, ଉତ୍କଲୀକା ସାହୁ, ଓ୍ଵାଡ ସଭ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.