ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ନର୍ଲା ଠାରେ ଏନଏସଏସ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ନର୍ଲା ଠାରେ ଅଧ୍ୟକ୍ଷ ନାରାୟଣ ପ୍ରସାଦ ନାୟକଙ୍କ ସଭାପତିତ୍ବରେ ଏନଏସଏସ ଦିବସ ପାଳିତ ହୋଇଯାଇଛି। ଆୟୋଜିତ ସଭାରେ ଏନଏସଏସ ଦିବସ ପାଳନର ଉଦ୍ଦେଶ୍ୟ ସମ୍ଵନ୍ଧରେ ସ୍ବେଚ୍ଛାସେବୀମାନଙ୍କୁ ବାର୍ତ୍ତା ଦେଇଥିଲେ ଅତିଥି ବୃନ୍ଦ। ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ସୁଶାନ୍ତ କୁମାର ସାହୁ ଏନଏସଏସ ଦିବସ ପାଳନର ତାତ୍ପର୍ଯ୍ୟ, ସ୍ବେଚ୍ଛାସେବୀ ମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ଏନଏସଏସ ଦିବସ ପାଳନ କରି ଏହାକୁ ଆହୁରି ଅଧିକ କ୍ରିୟାଶୀଳ କରିବା ପାଇଁ ଆହ୍ୱାନ କରିଥିଲେ। ଶିକ୍ଷା ବିଭାଗ ଅଧ୍ୟାପିକା କୌଶଲ୍ୟା ଗଡବା, ପିଇଟି କ୍ଷିତିସ କୁମାର ବଗର୍ତ୍ତୀ ତଥା କଲେଜର ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.