ନର୍ଲା: ଜିଏସଟି ହ୍ରାସର ଲାଭ ପାଉନାହାଁନ୍ତି ଜନତା, ପୁରୁଣା ଦରରେ ହେଉଛି ଜିନିଷ ବିକ୍ରି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦେଶରେ ଜିଏସଟି ୨.୦  ଲାଗୁ ହୋଇଛି। ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ, ସେପ୍ଟେମ୍ବର ୨୨ ତାରିଖରୁ ସବୁକିଛି ଶସ୍ତା ହେବ, କିନ୍ତୁ ଛୋଟ ଦୋକାନୀମାନେ ସେମାନଙ୍କର ସାମଗ୍ରୀ ସମାନ ମୂଲ୍ୟରେ ବିକ୍ରି କରୁଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ରୁପ୍ରାରୋଡ, ନର୍ଲାରୋଡ, ନର୍ଲା, ରୁପ୍ରା, ବାଲିପଡା, ଛତିକୁଡା ଛକ ଆଦିରେ ଦୋକାନୀମାନେ ପୁରୁଣା ଷ୍ଟକ୍ ଥିବା ଦର୍ଶାଇ ଅଧିକ ମୂଲ୍ୟ ଆଦାୟ କରୁଥିବା ଦୃଷ୍ଟିଗୋଚର ହୋଇଛି। ସମସ୍ତ ଜିନିଷ ପୁରୁଣା ଦରରେ ବିକ୍ରି ହେଉଥିବା ଦେଖି ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ନୁଡୁଲ୍ସ, ପାସ୍ତା, ଟଫି, କ୍ୟାଣ୍ଡି, ସାବୁନ, ସାମ୍ପୁ, କେଶ ତେଲ, ବିସ୍କୁଟ, ଖାଦ୍ୟ ସାମଗ୍ରୀ ଏବଂ ଔଷଧ ସମେତ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଶସ୍ତା ହୋଇ ନଥିବାରୁ ଲୋକମାନେ ସମସ୍ୟାରେ ପଡ଼ିଛନ୍ତି। ଯଦି ଦୋକାନୀମାନେ ଗ୍ରାହକଙ୍କୁ ଏପରି ଶୋଷଣ କରି ଚାଲିବେ ତେବେ ଜିଏସଟି ହ୍ରାସ କାର୍ଯ୍ୟକାରୀ କରିବାର ଲାଭ କାହାକୁ ମିଳିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତେଣୁ ଜିଏସଟି ହ୍ରାସରୁ ପ୍ରକୃତରେ ଲୋକମାନେ ଲାଭ ପାଉଛନ୍ତି କି ନାହିଁ ତାହା ଉପରେ ସ୍ଥାନୀୟ ପ୍ରଶାସନ ନଜର ରଖିବାକୁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.