ଈଶାଣୀବ୍ରହ୍ମପୁର ପଞ୍ଚାୟତରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ନିଶ୍ଚିନ୍ତକୋଇଲି: କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଇଶାଣୀବ୍ରହ୍ମପୁର ପଞ୍ଚାୟତର ସାଧୁସହି ନଦୀ ପଠାରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କଟକ ସଦର ବିଜେପି ନେତା ତଥା ପୂର୍ବତନ ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ, ଜିଲ୍ଲା ଉପସଭାପତି ନିର୍ମଳ ଦାସ, ଆୟତପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଗୋକୁଳଚନ୍ଦ୍ର ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ କିରଣଚନ୍ଦ୍ର ସାହୁ, ଈଶାଣୀବ୍ରହ୍ମପୁର ପଞ୍ଚାୟତର ବିଜେପି ନେତା ରଞ୍ଜନ କୁମାର ବିଶୋଇ, ଦେବାଶିଷ ତ୍ରିପାଠୀ, ତପନ ସ୍ୱାଇଁ, ସାଗର ବିଶୋଇ, ସଞ୍ଜୟ ପରିଡ଼ା, ବୋଧପୁର ପଞ୍ଚାୟତର ସ୍ୱରୂପ ରଥ, ଅରବିନ୍ଦ ମହାନ୍ତି, ଶଙ୍କର ପଣ୍ଡା, ପାଖ ମାଣପୁର ଓ ସିର୍ଲୋ ପଞ୍ଚାୟତର ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତା ଓ ସାମ୍ବାଦିକମାନେ ଯୋଗଦେଇଥିଲେ। ବିଜେପି ନେତା ଦିଲୀପ ମଲ୍ଲିକ ବୃକ୍ଷ ରୋପଣ କରିବା ସହ ପ୍ରକୃତିକୁ ସୁନ୍ଦର ଓ ସବୁଜିମା କରି ଗଢି ତୋଳିବାକୁ ଆହ୍ବାନ କରିଥିଲେ। କିରଣ ଚନ୍ଦ୍ର ସାହୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.