ନିୟମିତ ବେତନ ଦାବି: ରାୟଗଡ଼ା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଧନ୍ଦାମୂଳକ ଶିକ୍ଷକ ସଂଘର ସ୍ମାରକପତ୍ର ପ୍ରଦାନ 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଧନ୍ଦାମୂଳକ ଶିକ୍ଷକମାନେ ଆଜି ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକଙ୍କୁ  ବିଭିନ୍ନ ସମସ୍ୟା ଓ ଦାବୀ ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସୂଚନା ଥାଉ କି ବି ଗତକାଲି ଏହି ବର୍ଗର ଗଜପତି ଜିଲ୍ଲାରେ କାର୍ଯ୍ୟରତ ଜଣେ ଶିକ୍ଷକ ଆତ୍ମହତ୍ୟା କରିଥିବା ଘଟଣାକୁ ଦର୍ଶାଇ କହିଛନ୍ତି ଯେ ୪ ମାସ ହେଲା ଦରମା ମିଳିନଥିବାରୁ ଉକ୍ତ ଶିକ୍ଷକ ଜଣକ ଅନ୍ୟ କିଛି ପନ୍ଥା ନପାଇ ଆତ୍ମହତ୍ୟା କରିଛନ୍ତି । ଯାହାକି ଅତ୍ୟନ୍ତ ଦୁଃଖଦାୟକ । ଏହା ସହ ‘ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ପ୍ରଶାସନିକ ଅଧିକାରୀ ଭାବରେ ଆପଣଙ୍କ ହସ୍ତକ୍ଷେପ ଏବଂ ମାର୍ଗଦର୍ଶନ ଏହି ଅବସ୍ଥା ର ସମାଧାନ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ | ଆମେ ଆପଣଙ୍କଠାରେ ଅନୁରୋଧ କରୁଛୁ କି ଜିଲ୍ଲାର ସମସ୍ତ ଭି ଟି ପି ମାନଙ୍କୁ ତାଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ଧନ୍ଦାମୂଳକ ଶିକ୍ଷକଙ୍କର ସମସ୍ତ ବକେୟା ବେତନ ତୁରନ୍ତ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ । ଏହାସହ ଯେଉଁ ସମସ୍ତ ଭି ଟି ପି ଗୁଡିକ ନିୟମିତ ଭାବରେ ବେତନ ଦେଉନାହାନ୍ତି ସେମାନଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନେବା, ଯାହାଙ୍କ ମଧ୍ୟରେ ଚୁକ୍ତି ବାତିଲ କରିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିବା ପାଇଁ ବ୍ୟବସ୍ଥା କରନ୍ତୁ । ନଚେତ ଆଗାମୀ ଦିନରେ ଏହି ଦାବି ଗୁଡ଼ିକର ସମାଧାନ ନହେଲେ ସଂଘ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ’ ବୋଲି କହିଛନ୍ତି । ଏହି ଦାବୀପତ୍ର ଦେବା ସମୟରେ ଜିଲ୍ଲା ଧନ୍ଦାମୂଳକ ଶିକ୍ଷକ କଲ୍ୟାଣ ସଂଘର ଜିଲ୍ଲା ସଭାପତି ପ୍ରଭାତ ତ୍ରିପାଠୀ, ସମ୍ପାଦକ ଅନିଲ କୁମାର ରଣାଙ୍କ ସହ ଜିଲ୍ଲାର ସମସ୍ତ ଧନ୍ଦାମୂଳକ ଶିକ୍ଷକ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.