ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଲୋକ ମହୋତ୍ସବ କମିଟି ତରଫରୁ ଚଳିତ ବର୍ଷ ବାଲେଶ୍ୱର ସହରର ଶ୍ରେଷ୍ଠ ତିନୋଟି ଦୁର୍ଗାପୂଜା କମିଟିକୁ ସମ୍ବର୍ଦ୍ଧିତ କରିଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ଆଜି ଅତିରିକ୍ତ ଜ଼ିଲ୍ଲାପାଳ ସୁଧାକର ନାୟକଙ୍କୁ ଭେଟି ତାଙ୍କ ଜରିଆରେ ଜ଼ିଲ୍ଲାପାଳଙ୍କୁ ଏକ ଲିଖିତ ଆବେଦନ ପତ୍ର ଦିଆ ଯାଇଥିଲା। ଚଳିତ ବର୍ଷ ଦୁର୍ଗାପୂଜା କମିଟି ଦ୍ୱାରା ହେଇଥିବା ଶ୍ରେଷ୍ଠ ତୋରଣ, ଶୃଙ୍ଖଳିତ କମିଟିକୁ ଚୟନ କରାଯାଇ ବାଲେଶ୍ୱର ଲୋକ ମହୋତ୍ସବ ପକ୍ଷରୁ ମାନପତ୍ର ଏବଂ ପାଞ୍ଚ ହଜାର ଟଙ୍କା ଆର୍ଥିକ ସହଯୋଗ ଦିଆଯିବ ବୋଲି ଘୋଷଣା କରାଯିବା ସହିତ ଏକ ଚୟନ କମିଟି କରିବା ପାଇଁ ଜ଼ିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା । ଆଜି ଏହି ସାକ୍ଷାତ ବେଳେ କମିଟିର ସଭାପତି ଅସିତ କୁମାର ଦାସ, କାର୍ଯ୍ୟକାରୀ ସଭାପତି ଶ୍ରୀମାନ ଶ୍ରୀଚନ୍ଦନ, କମିଟିର ଉପାଧ୍ୟକ୍ଷ ବିକାଶ ପାଢ଼ୀ, ସାଧାରଣ ସମ୍ପାଦକ ସଞ୍ଜୟ ସାମନ୍ତ, ଉପସଭାପତି ସିମନ ଦାସ ମହାପାତ୍ର, କୋଷାଧ୍ୟକ୍ଷ ନିଶୀଥ ବାରିକ, ଉପଦେଷ୍ଟା ଶାନ୍ତନୁ ଦାସ, କାର୍ଯ୍ୟକର୍ତ୍ତା ସୁରେଶ ଉପାଧ୍ୟାୟ,ହ୍ରିତିକ ନାୟକ, ଲମ୍ବୋଦର ବେହେରା, ସୁଶୀଲ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।