ଇଣ୍ଡିଆନ ଅଏଲ ପକ୍ଷରୁ ଦୁର୍ଘଟଣା ଜନିତ କ୍ଷତିପୂରଣ ପ୍ରଦାନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକର ପୂର୍ବରୁ ଦୁଇଟି ଓଏବେ ଜଣଙ୍କୁ ଗ୍ୟାସ ଜନିତ ଦୁର୍ଘଟଣାକ୍ଷତି ପୂରଣ ପ୍ରଦାନ କରିଛନ୍ତି | ଇଣ୍ଡିଆନ ଆଇଲ ଭୁବନେଶ୍ୱରର ଏରିଆ ମେନେଜର ସଚିନ କଦମ୍ବ, ଭୁବନେଶ୍ୱରର ଇଣ୍ଡିଆନଅ ଅଏଲର ଏରିଆ ମେନେଜର ଲୋପାମୁଦ୍ରା ପ୍ରିୟ ଦର୍ଶନୀ, ଗଞ୍ଜାମ ଡ଼ିଏସ ଏମ ଏସ ର ମେନେଜର ଲୋପାମୁଦ୍ରା ସ୍ୱାଇଁ, ରାଉଳପଲିର ସୁନୀତା ମୁନୀ, ସ୍ୱାମୀ ଉତ୍ତମ ମୁନୀ, 25/12/2022 ରେ ଗ୍ୟାସ ଅନ କରୁଥିଲା ବେଳେ କୌଣସି କାରଣରୁ ନିଆଁ ଲାଗି ସ୍ୱାମୀ ଉତ୍ତମ ମୁନୀ ଆହତ ହୋଇ ଥିଲେ | ଏବଂ ଘରର କିଛି ଆବାସ ପତ୍ର ନଷ୍ଟ ହୋଇ ଦୁଆର ବନ୍ଧ, କବାଟ ଇତ୍ୟାଦି ପୋଡି ଯାଇ ଥିଲା | ତେବେ ଇଣ୍ଡିଆନ ଗ୍ୟାସ ଅଏଲ ଡିପାର୍ଟମେଣ୍ଟ ର ଇନକ୍ୱାରୀ ଟିମ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ କରିବା ପରେ ଇନ୍ସୁରାନ୍ସ ଟିମ ମଧ୍ୟ ଆସିଥିଲେ | ସବୁ ଅନୁସନ୍ଧାନ ସରିବା ପରେଅନୀତା ମୁନିଙ୍କୁ ଭୁବନେଶ୍ୱର ଅଏଲ ଅଫିସ କୁ ଡକାଇ ଭୁବନେଶ୍ଵର ର ଦୁଇ ଏରିଆ ମେନେଜର ଓ ଗଞ୍ଜାମ ଜିଲ୍ଲା ର ଡ଼ି ଏମ ଏସ ମେନେଜର ଙ୍କ ଉପସ୍ଥିତି ରେ 92 ହଜାର ଟଙ୍କାର ଏକ ଚେକ ସୁମିତ୍ରା ମୁନିଙ୍କୁ ପ୍ରଦାନ କରିଥିଲେ | ତେବେ ଦୀର୍ଘ ତିନି ବର୍ଷ ପରେ ସୁନିତା ଙ୍କୁ ଏହି କ୍ଷତି ପୂରଣ ମିଳି ଥିବାରୁ ସେ ଇଣ୍ଡିଆନ ଅଏଲ କମ୍ପାନୀ ଓ ଦୁଇ ମେନେଜରଓ ଗଞ୍ଜାମ ଜିଲ୍ଲା ଡ଼ିଏସ ଏମ ଏସ କୁ କୃତଜ୍ଞତା ଜଣାଇ ଛନ୍ତି |ପୁରୁଷୋତ୍ତମପୁର ବ୍ଳକ ରେ ତିନିଗୋଟି ଗ୍ୟାସ ଦୁର୍ଘଟଣା ରେ ସାମନ୍ତରା ପଲିର ଅଭାଗିନୀ ସ୍ୱାଇଁ ସ୍ୱାମୀ ସଞ୍ଜୟ ସ୍ୱାଇଁ ଙ୍କୁ 1 ଏକଲକ୍ଷ୍ 80ହଜାର ଟଙ୍କା, ବଡ଼ ଖରିଡା ର ଝୁନୁ ବେହେରା, ସ୍ୱାମୀ କୋଳି ବେହେରା ଙ୍କୁ ଏକ ଲକ୍ଷ ଆସିଏ ହଜାର ଟଙ୍କା ରକ୍ଷତି ପୂରଣ ମିଳିଥିଲା ବେଳେ ରାଉଳ ପଲି ଅନୀତାଙ୍କୁ 92 ହଜାର ଟଙ୍କାu ମିଳି ଅଛି |ପୁରୁଷୋତ୍ତମପୁର ଡିଏମ ଏସ ର ଡିସଟିବୁଟର ଅନୁ ରୁପା ସାହୁ ଏମାନଙ୍କ ସମସ୍ତ ତଥ୍ୟ ଅଫିସ କୁ ପ୍ରଦାନ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.