ଲଡ଼ୁଗାଁ ଶାରଦୀୟ ଦୁର୍ଗାପୂଜା ପାଇଁ କର୍ତ୍ତା ବରଣ ସହ ବିଲ୍ଵ ବରଣ ପୂଜା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଲଡୁଗାଁ ଶାରଦୀୟ ଦୁର୍ଗାପୂଜା ପାଇଁ ଗୁରୁବାର କର୍ତ୍ତା ବରଣ ସହ ବିଲ୍ଵ ବରଣ ପୂଜାବିଧି ଅନୁଷ୍ଠିତ ହୋଇଛି। ପୂଜା ମଣ୍ଡପ ନିକଟରୁ ଅବତାର ଗୃପ କୋଟପାଡ଼ ସହିତ କଳାହାଣ୍ଡିର ବିରବାଦ୍ୟ ଘୁମୁରା, ଯାଦବ ସଂସ୍କୃତିର ମହାନ ବିଭବ ବନାବାଡି, ଆଦିବାସୀ ନୃତ୍ୟ ଢେମସା ଆଦି ସାଂସ୍କୃତିକ ଦଳ ଗହଣରେ ଏକ ଶୋଭାଯାତ୍ରା ବାହାରି କର୍ତ୍ତାଙ୍କ ଘରକୁ ଯାଇଥିଲେ। ସେଠାରେ ପୂଜା କର୍ତ୍ତା ରାଜୀବ କୁମାର ଅଗ୍ରୱାଲ ଓ ତାଙ୍କ ସହଧର୍ମିଣୀ ରୀତା ଅଗ୍ରୱାଲଙ୍କୁ ସ୍ବାଗତ କରା ଯାଇଥିଲା। ସେଠାରୁ ବାହାରି ମାଝୀପଡା ଠାରେ ବିଲ୍ବ ବରଣ ପୂଜାବିଧି କରାଯାଇଥିଲା। ପଣ୍ଡିତ ଗୋପାଳ ଜୀ ଠାକୁର ଓ ସହଯୋଗୀ ପୂଜାର୍ଚ୍ଚନା କରିଥିଲେ। ଶୁକ୍ରବାର କଳସ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଶନିବାର ଠାରୁ ପୂଜା ଆରମ୍ଭ ହେବ। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରତିଦିନ ସନ୍ଧ୍ୟାରେ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ସୂଚନା ରହିଛି। ଦୁର୍ଗାପୂଜା କମିଟି ସଭାପତି ଦୁର୍ଗାପ୍ରସାଦ ଅଗ୍ରୱାଲ, ଉପ ସଭାପତି ମୋହନ ଚରଣ ଦାସ, ଲକ୍ଷ୍ମଣ ଶବର, ପ୍ରହଲ୍ଲାଦ ଠାକୁର, ସମ୍ପାଦକ କହ୍ନେଇ ଚରଣ ଦାସ, ସହ ସମ୍ପାଦକ ଶ୍ରୀମନ୍ତ କୁମାର ପାଢ଼ୀ, ଜିତେନ୍ଦ୍ର ନାଥ ଦାସ, ପବନ କୁମାର ଅଗ୍ରୱାଲ, ମନୋଜ କୁମାର ଅଗ୍ରୱାଲ, କୋଷାଧ୍ୟକ୍ଷ ମୁକେଶ କୁମାର ଅଗ୍ରୱାଲ, ଦୀପକ କୁମାର ଅଗ୍ରୱାଲ, ସଂସ୍କୃତିକ ସମ୍ପାଦକ ଜିତେନ୍ଦ୍ରନାଥ ମାଝୀ, ସାଂସ୍କୃତିକ ସହ ସମ୍ପାଦକ ଧ୍ୱଜ ମହାନନ୍ଦ, ରବି ନାରାୟଣ ଦାସ, ପଙ୍କଜ ମୁଖ ଚୌଧୁରୀ, ବିସିକେଶନ ଠାକୁର ପ୍ରମୁଖ ରହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.