ମାଚୁଲ ଗାଁରେ ଜଙ୍ଗଲି ହାତୀ ଉପଦ୍ରବ, ମକା ଓ ଧାନ ଫସଲ ମାଡି କଲେ ନଷ୍ଟ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥ ପୁର ରେଞ୍ଜ ମୂଷାନାଳ ସେକ୍ସନ ମାଚୁଲ ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି।ନିକଟସ୍ଥ ଜାମଚୁଆଁ ଜଙ୍ଗଲରେ ୨୨ ଟିକିଆ ହାତୀପଲ ରହିଥିବା ବେଳେ ଗତ ରାତିରେ ଲାଞ୍ଜିଗଡ଼ ବ୍ଳକ ଲାଞ୍ଜି ପଞ୍ଚାୟତର ମାଚୁଲ ଗାଁରେ ଥିବା ମେରୁ ମାଝୀ,କରୁଣା ମାଝୀ ଓ ଜାମଚୁଆଁ ଗାଁର ଧାନୀ ମାଝୀ ଓ ଗୁରୁଦ୍ଧନ ହରିଜନଙ୍କ ୨ ଏକର ମକା ଓ ଜମିରେ ଥିବା ୫ ଏକର ରୁ ଉର୍ଦ୍ଧ୍ବ ଧାନ ଫସଲକୁ ମାଡ଼ି ଚକଟି ନଷ୍ଟ କରି ଦେଇଛନ୍ତି।ଏମାନେ ବହୁ କଷ୍ଟରେ ଧାର ଉଧାର କରି ମକା ଓ ଧାନ ଚାଷ କରିଥିଲା।ବର୍ତ୍ତମାନ ଏମାନଙ୍କ ଧାନ କ୍ଷେତକୁ ହାତୀ ମାଡି ଚକଟି ନଷ୍ଟ କରିଦେଇଥିବା ବେଳେ ବର୍ତ୍ତମାନ ଚାଷୀ ମାନେ ଚିନ୍ତାରେ ଭାଙ୍ଗି ପଡିଛନ୍ତି। ବର୍ତ୍ତମାନ ଜାମଚୁଆଁ ଜଙ୍ଗଲଠାରେ ହାତୀପଲ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।ଘଟଣା ସ୍ଥଳରେ ମୂଷାନାଳ ବନ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରିଥିବା ସୂଚନା ମିଳିଛି।ଏନେଇ ମୁଷାନାଳ ବନପାଳ ଚିନ୍ତାମଣି ମାଝୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା।ଏଣୁ ସରକାରଙ୍କ ପକ୍ଷରୁ ଏମାନଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଏହି ଚାଷୀମାନେ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.