ମାଣିକେଶ୍ବରୀ ମନ୍ଦିର ପରିସରରେ ‘ମହୁରି’ର ଦେବାର୍ପଣ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ମାଣିକେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ସାହିତ୍ୟ ପତ୍ରିକା ‘ମହୁରି’ର ଦେବାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପତ୍ରିକାର ମୁଖ୍ୟ ସମ୍ପାଦକ ଭବାନୀ ଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼, ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ, ବରିଷ୍ଠ ସାମ୍ବାଦିକ ସ୍ବାଧିନ ପାତ୍ର ଓ ଦେବେନ୍ଦ୍ର କୁମାର ବିଶି ଯୋଗ ଦେଇଥିଲେ। ସମ୍ପାଦକ ସୁକାନ୍ତ ସାହୁଙ୍କ ସହ ସମ୍ପାଦନା ମଣ୍ଡଳୀର ନିରୋଜ ପଟ୍ଟନାୟକ, ଡ଼ଃ ତପନ ରଥ, ବିରଞ୍ଚି ନାରାୟଣ ମୁଣ୍ଡ ଓ ସଂହିତା ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶାନ୍ତିସ୍ୱରୂପା ପଣ୍ଡା, ପ୍ରଦୀପ ଦାସ, ସୁଜାତା ପଣ୍ଡା, ନିବେଦିତା ମିଶ୍ର, ନରହରି ପଟ୍ଟନାୟକ, ଅପ୍ରେସ ସ୍ୱାଇଁ, ଭାସ୍କର ଜ୍ୟୋତିରାଦିତ୍ୟ ନିଆଲ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ପତ୍ରିକାର ଦୀର୍ଘାୟୁ କାମନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.