ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ଖରିଆର-ଭବାନୀପାଟଣା ରାଜ୍ୟ ରାଜପଥର ବଡ଼ପରା ଛକରୁ ପ୍ରାୟ ୩କିମି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବଡ଼ପରା ଗ୍ରାମବାସୀ ଦୀର୍ଘ ବର୍ଷ ଧରି ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ପାଇଁ ଦାବୀ କରି ଆସୁଛନ୍ତି କିନ୍ତୁ ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧି ଏଦିଗରେ ଦୃଷ୍ଟି ଦେଇନଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି। ରାସ୍ତା ଅବସ୍ଥା ଏତେ ଖରାପ ଯେ, ଜନସାଧାରଣ ଯିବାଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାମାନ୍ୟ ବର୍ଷାରେ ରାସ୍ତାର ଅବସ୍ଥା ବେହାଲ ହୋଇପଡୁଛି। ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଶୀଘ୍ର ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି।





