ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ପୂଜା ଛୁଟି ପାଇଁ ସ୍ବତନ୍ତ୍ର ଟ୍ରେନ୍ ସେବା ଆରମ୍ଭ : ପୁରୀ, ଚେନ୍ନାଇ, ପାଟନା, ଆଜମୀର୍, ବିଶାଖାପଟ୍ଟନମ୍ ଓ ଅନ୍ୟାନ୍ୟ ସ୍ଥାନ ପାଇଁ ବିଶେଷ ଟ୍ରେନ ଚଳାଚଳ କରିବ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଦୁର୍ଗାପୂଜା, ଦୀପାବଳି ଓ ଛଠ୍ ପର୍ବରେ ଯାତ୍ରୀଙ୍କର ଭିଡ଼କୁ ଦୃଷ୍ଟିରେ ରଖି ଦକ୍ଷିଣ ପୂର୍ବ ରେଳପଥ, ଖଡ଼ଗପୁର୍ ଡିଭିଜନ୍ ପକ୍ଷରୁ ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ଏକାଧିକ ସ୍ଵତନ୍ତ୍ର ଟ୍ରେନ୍ ଚାଳାଇବାକୁ ଘୋଷଣା କରିଛି। ମୋଟ ୧୯ଟି ଅପ୍ ଟ୍ରେନ୍ ଓ ୧୯ଟି ଡାଉନ୍ ଟ୍ରେନ୍ ଖଡ଼ଗପୁର୍ ଡିଭିଜନ୍ ଅଧୀନରେ ଚଳାଚଳ କରିବ। ଅପ୍ ଦିଗରେ ପ୍ରମୁଖ ଟ୍ରେନ୍ ସେବାରେ ଶାଲିମାର–ଇଟୱାରି ଜଙ୍କସନ୍, ସାନ୍ତ୍ରାଗଛୀ–ଚାର୍ଲାପଲ୍ଲି, ସାନ୍ତ୍ରାଗାଛୀ–ଆଜମୀର୍ ଶାଲିମାର–ରଙ୍ଗପାରା ନର୍ଥ, ନାହାରଲାଗୁନ୍–ଚାର୍ଲାପଲ୍ଲି, ପାଟନା–ଏର୍ନାକୁଲମ୍, ସାନ୍ତ୍ରାଗାଛୀ–ଚେନ୍ନାଇ, ମାଲଦା ଟାଉନ୍–ଦୀଘା, ପାଟନା–ପୁରୀ, ଶାଲିମାର–ବିଶାଖାପଟ୍ଟନମ୍ ଓ ଝାଂସି–ପାଟନା ପ୍ରଭୃତି ସ୍ଵତନ୍ତ୍ର ଟ୍ରେନ୍ ଅନ୍ତର୍ଗତ। ଏହି ଟ୍ରେନଗୁଡ଼ିକରେ ଯାତ୍ରୀ ସୁବିଧା ଓ ଅତିରିକ୍ତ ବର୍ଥ ଉପଲବ୍ଧ କରାଯାଇଛି। ସେହିପରି ଡାଉନ୍ ଲାଇନ୍ ଦିଗରେ ପ୍ରମୁଖ ଟ୍ରେନ୍ ସେବାରେ ଇଟୱାରି ଜଙ୍କ୍ସନ୍–ଶାଲିମାର୍, ଚାର୍ଲାପଲ୍ଲି–ସାନ୍ତ୍ରାଗଛୀ, ଅଜ୍ମେର୍–ସାନ୍ତ୍ରାଗଛୀ, ରଙ୍ଗପାରା ନର୍ଥ–ଶାଲିମାର୍, ଏସ୍‌ଏମଭିବି–ନାରାଙ୍ଗି, ଏର୍ନାକୁଲମ୍–ପାଟନା, ଚେନ୍ନାଇ–ସାନ୍ତ୍ରାଗାଛୀ, ଦୀଘା–ମାଲଦା ଟାଉନ୍, ପୁରୀ–ପାଟନା, ଚେନ୍ନାଇ–ଶାଲିମାର୍ ଓ ବିଶାଖାପଟ୍ଟନମ୍–ଶାଲିମାର୍ ଟ୍ରେନ୍ ଅନ୍ତର୍ଗତ। ଏହା ସହିତ, ପୂଜା ଦିନରେ ଖଡ଼ଗପୁର୍ ଡିଭିଜନ୍ ମଧ୍ୟରେ ଅନେକଗୁଡ଼ିଏ ଇଏମୟୁ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏହି ଟ୍ରେନଗୁଡ଼ିକରେ ପିକ୍ୟୁ–ହାୱଡା, ହାୱଡା–ପିକ୍ୟୁ, ଏମସିଏ–ହାୱଡା, ହାୱଡା–ଏମସିଏ, ଅମତା–ହାୱଡା ଓ ହାୱଡା–ଅମତା ପ୍ରଭୃତି ଟ୍ରେନ୍ ଅନ୍ତର୍ଭୁକ୍ତ। ଯାତ୍ରୀ ସୁବିଧା ପାଇଁ ୨୮ ସେପ୍ଟେମ୍ବରରୁ ୨ ଅକ୍ଟୋବର୍ ପର୍ଯ୍ୟନ୍ତ ସମସ୍ତ ଗ୍ୟାଲୋପିଂ ଇଏମୟୁ ଓ ମେମୁ ଟ୍ରେନ୍, ଏହି ସେବା ୩୮୮୦୬, ୩୮୮୦୮, ୩୮୭୧୪, ୬୮୦୦୭, ୬୮୦୦୨, ୧୮୦୩୩, ୧୮୦୩୪ ଓ ୩୮୮୨୧ ଛାଡ଼ି, ସମସ୍ତ ଷ୍ଟେସନରେ ଅଟକିବ। ଦକ୍ଷିଣ ପୂର୍ବ ରେଳପଥ ଯାତ୍ରୀଙ୍କୁ ଅନୁରୋଧ, ସେମାନେ ତାଙ୍କର ଯାତ୍ରା ପୂର୍ବରୁ ଯୋଜନା କରନ୍ତୁ ଓ ଛୁଟିରେ ସ୍ଵତନ୍ତ୍ର ଟ୍ରେନ୍ ସେବାର ଲାଭ ଉଠାନ୍ତୁ, ଯାହା ଫଳରେ ପର୍ବ ଦିନରେ ସେମାନଙ୍କ ଯାତ୍ରା ସୁବିଧାଜନକ ଓ ସୁରକ୍ଷିତ ହେବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.