ଝିଙ୍କଡୁଙ୍ଗୁରିରେ ଏକଲ ବିଦ୍ୟାଳୟ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ସଦର ମହକୁମାରେ ଏକଲ ବିଦ୍ୟାଳୟ ଗୁଡଭେଲା ଓ ଟିକ୍ରାପଡ଼ା ସଞ୍ଚରେ କାର୍ଯ୍ୟ ରତ ଆଚାର୍ଯ୍ୟ, ଆଚାର୍ଯ୍ୟାଙ୍କ ୫ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି | ଉଦଯାପନୀ ସଭାରେ ସଞ୍ଚ ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ପଣ୍ଡା ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ | ଶିବିରରେ ଓଡ଼ିଶା ସମ୍ଭାଗ ଗତିବିଧି ପ୍ରମୁଖ ଇତି ମିଶ୍ର, ବଲାଙ୍ଗୀର ପ୍ରାଥମିକ ଶିକ୍ଷା ପ୍ରମୁଖ ସୁବାସ କୁମାର ମିଶ୍ର, ଟିକ୍ରାପଡ଼ା ସଞ୍ଚ ପ୍ରମୁଖ ରବିଚନ୍ଦ୍ର ବାଗ, ଗୁଡଭେଲା ସଞ୍ଚ ପ୍ରମୁଖ ଦୁଲେଶ୍ଵର ହେର୍ଣ୍ଣା, ବିଶ୍ଵାମିତ୍ର ମେହେର, ଦୁଷ୍ମନ୍ତ ବେହେରା, ବିପିନ ବେହେରା, ନିମାଇଁ ଛତ୍ରିଆ, ପୂର୍ଣ୍ଣଚନ୍ଦ୍ର ବାଗ, ପବିତ୍ର ନିଆଲ, ଚୈତନ୍ୟ ଭୋଇ, କାନ୍ତ ବାଗ, ସତ୍ୟବାନ ଛତ୍ରିଆ, ପୀତବାସ ମହାକୁର, ସତ୍ୟ ସା ପ୍ରଶିକ୍ଷଣ ପ୍ରଦାନ କରିଥିଲେ | ଧର୍ମେନ୍ଦ୍ର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.